ଖୋଲିଲା ହୀରାକୁଦ ଗେଟ୍: ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟା ଜଳ

ସମ୍ବଲପୁର: ଖୋଲିଲା ହୀରାକୁଦ ଗେଟ୍। ଖୋଲାଯାଇଛି ୧୩ଟି ଗେଟ। ୭ନମ୍ବର ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପର୍ୟ୍ୟାୟକ୍ରମେ ଅନ୍ୟ ଗେଟ୍ ଖୋଲାଯିବ। ତେବେ ଆଜି ସମୁଦାୟ ୧୫ଟି ଗେଟ୍ ଖୋଲାଯିବ । ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବାରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୭.୬୦ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୧ଲକ୍ଷ ୫୦ହଜାର ୮୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ନିଷ୍କାସିତ ହେଉଛି ୧୧ହଜାର ୮୪୬ କ୍ୟୁସେକ୍ ପାଣି। ପ୍ରଥମେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ଗେଟ୍ ଖୋଲାଯିବ।

hirakud dam ଅନ୍ୟପଟେ ବନ୍ୟା ଜଳ ନିଷ୍କାସନ ସମୟରେ ଯେପରି କେହି ମହାନଦୀ ମଧ୍ୟକୁ ନଯାଆନ୍ତି ସେଥିପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସୂଚନା ଦିଆଯାଇଥିବା ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ କହିଛନ୍ତି। ଏଥିପାଇଁ ତଳି ଅଞ୍ଚଳରେ ଥିବା ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.