Below header

ଉଡାଜାହାଜର ମାଇଲେଜ୍ କେତେ ଜାଣିଛନ୍ତି କି ? ଗୋଟିଏ ଲିଟରରେ କେତେ କିଲୋମିଟର ଯାଇଥାଏ . . .

ଆପଣଙ୍କ ସାଥୀ କିମ୍ବା ଏମିତି କେହି ଅଛନ୍ତି କି’ ଯିଏ ଆପଣଙ୍କୁ ଫୋନ କରି କି କେବେ କହିଛନ୍ତି ଭାଇ ଆଜି ମୁଁ ଗୋଟେ ନୂଆ ଗାଡି କିଣିଛି । ଯଦି ଏମିତି କିଛି ଆପଣଙ୍କ ସହ ହୋଇଛି ତେବେ ନିଶ୍ଚତଭାବେ ଆପଣ ଏ ପ୍ରଶ୍ନ ପଚାରିଥିବେ ଭାଇ ଗାଡିର ମାଇଲେଜ୍ କେତେ ଦେଖଉଚି ? । ତା’ଛଡା ମଣିଷ ପ୍ରକୃତି ହିଁ ଏମିତି । ସବୁଠାରୁ ପ୍ରଥମେ ଫାଇଦା ବିଷୟରେ ଜାଣିବାକୁ ଚାହିଁ ଥାଇନ୍ତି । ଏଥିପାଇଁ ଗାଡି ନେବା ସମୟରେ ଏହା ବିଷୟରେ ନିହାତି ଭାବିଥାନ୍ତି । ଗାଡି କାହିଁକି ଅଧିକ ତେଲ ଦେଖାଏ କି କମ୍ । କ’ଣ କରିବା ତେଲର ରେଟ୍ ବଢିବା କାରଣରୁ ଏସବୁ ଭାବି ବାକୁ ପଡୁଛି । ଭାବନ୍ତୁ ଟିକେ ଯଦି ଆପଣଙ୍କ ଭାଗ୍ୟ କେବେ ଉଡାଜାହାଜ କିଣିବାର ସୁଯୋଗ ଦିଏ ତାହେଲେ ବି ଆପଣଙ୍କ ପ୍ରଶ୍ନ ମାଇଲେଜ୍ ଉପରେ ହିଁ ରହିବ । ଏହା ଉପରେ ଏକ ବିଜ୍ଞାପନ ବି ହୋଇସାରିଛି । ଯେଉଁଥିରେ ଜଣେ ବ୍ୟକ୍ତି ଗ୍ରାହକଙ୍କୁ ବିମାନର ଖାସ୍ କଥା ବିଷୟରେ କହୁଥିଲେ । ସବୁ କଥା ଶୁଣିସାରିବା ପରେ ଗ୍ରାହକ ଜଣଙ୍କ ଗୋଟିଏ କଥା ପଚାରିଥାନ୍ତି କେତେ ଦେଇଥାଏ ? ଏହାର ମାନେ ମାଇଲେଜ୍ ସହ ହିଁ କଥା ଥାଏ ।

ଏହି ବିଜ୍ଞାପନକୁ ଦେଖିଲା ପରେ କେବେ ନା କେବେ ତ’ ଆପଣଙ୍କ ମନରେ ଆସିଥିବେ ଉଡାଜାହଜରେ ୧ଲିଟର ତେଲରେ କେତେ ମାଇଲେଜ୍ ଦେଖାଇଥାଏ । କ’ଣ ଆପଣ ଜାଣିଛନ୍ତି ଉଡାଜାହଜ କେତେ ମାଇଲେଜ୍ ଦେଇଥାଏ । ଜାଣି ନାହାଁନ୍ତି ? ଚିନ୍ତା କରିବାର କିଛି ନାହିଁ ଆମେ ଅଛୁ, ଆପଣଙ୍କୁ ଜଣାଇବୁ :

ଗୋଟେ ସାଧାରଣର ପରିବାରର ଲୋକଙ୍କୁ ପଚାରନ୍ତୁ ଉଡାଜାହଜ ଉପରେ ବସିବା ତାଙ୍କର କେଉଁ ସ୍ବପ୍ନ ପରି ହୋଇଥାଏ । ଏମିତି ବି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ପାଇଁ ଉଡାଜାହଜ ଏକ ସାଧାରଣ ଟେମ୍ପୁ ପରି ହୋଇଥାଏ । ସକାଳେ ଦିଲ୍ଲୀରେ ତ ଖରାବେଳେ ପଟଣାରେ ତ ସଂଞ୍ଜରେ କୋଲକାତାରେ । ସେ ପୁଣି ଉଡାଜାହଜ ସାହାଯ୍ୟରେ ।

ବୋଇଙ୍ଗ ୭୪୭ ଭଳି ଉଡାଜାହଜରେ ପାଖାପାଖି ୪ଲିଟର ପ୍ରତି ସେକେଣ୍ଡରେ ଖର୍ଚ୍ଚ ହୋଇଥାଏ । ଆଉ ୧୦ଘଣ୍ଟାରେ ପାଖାପାଖି ୧୪୪୦୦୦ଲିଟର ପର୍ୟ୍ୟନ୍ତ ଇନ୍ଧନ ଖର୍ଚ୍ଚ ହୋଇଥାଏ । ଏକ କିଲୋମିଟର ପାଇଁ ୧୨ଲିଟର୍ ଇନ୍ଧନ ଖର୍ଚ୍ଚ ହୋଇଥାଏ ।

ଏବେ ଜାଣି ପାରୁଥିବେ କାହିଁକି ଏତେ ଟଙ୍କା ଖର୍ଚ୍ଚ ହୋଇଥାଏ ଉଡାଜାହଜର ଟିକେଟ୍ ପାଇଁ । ଅପଣ ଜାଣିବା ପାଇଁ କହି ରଖୁଛୁ ବୋଇଙ୍ଗ ୭୪୭ରେ ଗୋଟେ ଥରରେ ୫୬୮ ଜଣ ଲୋକ ଯାତ୍ରା କରିପାରିବେ । ଏହାର ବେଗ ଏକ ଘଣ୍ଟାରେ ୯୦୦ କିଲୋମିଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.