Below header

ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଆକର୍ଷଣୀୟ ଅଫର୍: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ

ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଆକର୍ଷଣୀୟ ଅଫର୍। ୪ଟି ନୂଆ ବ୍ରଡବ୍ୟାଣ୍ଡ ସେବାର ପ୍ରଚଳନ ହୋଇଛି। ସେସବୁ ପ୍ଲାନରେ ଗ୍ରାହକଙ୍କୁ ମିଳିବ ୨୦ ଏମବିପିଏସ୍ ସ୍ପିଡ଼ ପର୍ୟ୍ୟନ୍ତ ଡ଼ାଉନଲୋଡ଼ ସୁବିଧା। ବିବିଜି କମ୍ବୋ ୪୫ ଜିବି, ୧୫୦ ଜିବି, ୩ଶହ ଜିବି, ୬ଶହ ଜିବି ପ୍ଲାନ ଆଣିଛି ବିଏସ୍ଏନ୍ଏଲ୍। ଏଥିପାଇଁ ମାସିକ ଦେୟ ରହିଛି ୯୯, ୧୯୯, ୨୯୯ ଓ ୪୯୧ ଟଙ୍କା।

bsnlଯେଉଁ ଗ୍ରାହକମାନେ ନୂଆ ଲ୍ୟାପଟପ୍ କିମ୍ବା କମ୍ପୁଟର କିଣିଛନ୍ତି ରସିଦ ଦେଖାଇ ସେମାନେ ସେପ୍ଟେମ୍ବର ୨ ତାରିଖ ଭିତରେ ବୋଟିଏ ବ୍ରଡ୍ବ୍ୟାଣ୍ଡ ସଂଯୋଗ ସହ ୪୫ ଜିବି ପ୍ଲାନ ମାଗଣାରେ ପାଇ ପାରିବେ। ସେହିପରି ବିଏସ୍ଏନ୍ଏଲ୍ ଟେଲିଫୋନ୍ ଓ୍ଵିଙ୍ଗସ ନାମରେ ନୂଆ ସେବା ଆରମ୍ଭ କରିଛି। ୧୦୯୯ ଟଙ୍କାରେ ପଞ୍ଜିକରଣ କଲେ ବର୍ଷେ ପର୍ୟ୍ୟନ୍ତ ଦେଶର ସମସ୍ତ ନେଟଓ୍ଵର୍କକୁ ମାଗଣା କଲ୍ ସୁବିଧା ପାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.