ସୁନାବେଶ ପରେ ଆଜି ରଥ ଉପରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ସରିଲା ସୁନାବେଶ। ଆଜି ରଥ ଉପରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି। ସନ୍ଧ୍ୟାରେ ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ସମ୍ପନ୍ନ କରାଯିବ। ଏହି ନୀତିରେ ଶ୍ରୀଜିଉଙ୍କର ଅଧର ସ୍ପର୍ଶ କରୁଥିବା ଅଧର ହାଣ୍ଡିରେ ପଣା ଭୋଗ କରି ହାଣ୍ଡି ଭାଙ୍ଗିବାର ପରମ୍ପରା ରହିଛି। ବିଶ୍ୱାସ ରହିଛି, ରଥରେ ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ଡି ଚାମୁଣ୍ଡା ଓ ଅଶରୀରୀ ଆତ୍ମାମାନେ ଏହି ପଣା ପାନ କରି ଶାନ୍ତି ହୋଇ ଥାଆନ୍ତି। ଏହି ପଣାକୁ ସୁଆର ସେବାୟତମାନେ କ୍ଷୀର, ଛେନା, ଛାଚି, ଚିନି ଓ ବିଭିନ୍ନ ପାରମ୍ପରିକ ମସଲା ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଥାଏ।

ଗତକାଲି ସୁନାବେଶରେ ମହଣ ମହଣ ସୁନା ଅଳଙ୍କାରେ ଭୂଷିତ ହୋଇ ଝଟକିଥିଲେ ମହାପ୍ରଭୁ। ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ଦର୍ଶନ କରିଥିଲେ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାଆ ଲକ୍ଷ୍ମୀଙ୍କ ରସଗୋଲା ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିର ରତ୍ନସିହାଂସନ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.