କୋରାପୁଟରେ ଅଜଣା ରୋଗ ଆତଙ୍କ,୩ ମୃତ ,୩ ଅସୁସ୍ଥ

କୋରାପୁଟ : ଲକ୍ଷ୍ମୀପୁର ବ୍ଳକ ଉପର କୁଡିଙ୍ଗା ଗାଁରେ ଅଜଣା ରୋଗ ଆତଙ୍କ। ଗତ ୫ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁର କାରଣ କଣ ସ୍ପଷ୍ଟ ହୋଇନଥିବାମେଳେ ମଲା ଗୋମାଂସ ଖାଇ ସଂକ୍ରମଣରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଦୂଷିତ ପରିବେଶ ଏବଂ ଖରାପ ପାଗ ଯୋଗୁଁ ରୋଗ ବ୍ୟାପୁଛି। ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ୫୨ଟି ପରିବାରକୁ ଔଷଧ ବଣ୍ଟନ କରିଛନ୍ତି। ପରୀକ୍ଷା ପାଇଁ ଅସୁସ୍ଥ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଛି। ସେହିଭଳି ପଶୁ ଡାକ୍ତର ପହଞ୍ଚି ଗୃହପାଳିତ ପଶୁଙ୍କୁ ଟୀକା ଦେଇଛନ୍ତି। ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେଶିକା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.