ରାଉରକେଲା ଆରଆଇଟି ଇଂଜିନିୟରିଂ କଲେଜରେ କାର୍ଯ୍ୟରତ କର୍ମଚାରୀ ଓ ଅଧ୍ୟାପକଙ୍କୁ ୨୪ ମାସର ଦରମା ନମିଳିବାକୁ ନେଇ ହଙ୍ଗାମା

ରାଉରକେଲା: ରାଉରକେଲା ଆରଆଇଟି ଇଂଜିନିୟରିଂ କଲେଜରେ କାର୍ଯ୍ୟରତ କର୍ମଚାରୀ ଓ ଅଧ୍ୟାପକଙ୍କୁ ୨୪ ମାସର ଦରମା ନମିଳିବାକୁ ନେଇ ହଙ୍ଗାମା । ବକେୟା ଦରମା ଦାବି କରି ଗତ ୨ ତାରିଖ ରାତିରେ ଅସନ୍ତୁଷ୍ଟ କର୍ମଚାରୀ କଲେଜ ଅଧ୍ୟକ୍ଷ ଓ ଆରଆଇଟି ପରିଚାଳନା କମିଟି ସମ୍ପାଦକଙ୍କୁ ମାଡ଼ ମାରିଛନ୍ତି । ବାକିଥିବା ୨୪ ମାସର ଦରମା ଶୀଘ୍ର ପ୍ରଦାନ କରିବାକୁ ଦାବି କରିଥିଲେ । ୨୦୧୫ ମସିହାରୁ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା କମୁଥିବାରୁ କଲେଜରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି ସମ୍ପାଦକ ପ୍ରଭାତ ମହାପାତ୍ର । କଲେଜରେ ବ୍ୟବହାର ହେଉନଥିବା କିଛି ବଳକା ଜମିକୁ ବିକ୍ରି କରି ଓ ବ୍ୟାଙ୍କରୁ ଋଣ କରି ବକେୟା ଥିବା କର୍ମଚାରୀଙ୍କ ଦରମା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଆରଆଇଟି ପରିଚାଳନା କମିଟି ସମ୍ପାଦକ ।

Leave A Reply

Your email address will not be published.