Below header

ଝାରସୁଗୁଡ଼ାରେ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା: ବାଥରୁମରେ ଆଇନା କାଚ ଭାଙ୍ଗି ହାତ କାଟିଲା ଅଭିଯୁକ୍ତ

ଝାରସୁଗୁଡ଼ାରେ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାଥରୁମରେ ଆଇନା କାଚ ଭାଙ୍ଗି ଜୀବନ ହରିବାକୁ କରୁଥିଲା ଉଦ୍ୟମ।

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ାରେ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଆଜି ଝାରସୁଗୁଡ଼ା ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ଗାଧୁଆ ଘରେ ଥିବା ଆଇନ ଭାଙ୍ଗି କରିଥିଲା ଆତ୍ମହତ୍ୟା ଉଦ୍ୟମ । ତାକୁ ଚିକିତ୍ସା କରି କୋର୍ଟରେ ହାଜର କରାଇଛି ଝାରସୁଗୁଡ଼ା ପୋଲିସ ।

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା କରାଯାଇଥିଲା । ଆଜି ଅମିତ ଶର୍ମା ଓ ଅନ୍ୟ ଅଭିଯୁକ୍ତ ଦୀନେଶ ଅଗ୍ରଓ୍ଵାଲର ରିମାଣ୍ଡ ଅବଧି ଶେଷ ହେଉଥିଲା । କୋର୍ଟରେ ହାଜର ପୂର୍ବରୁ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ କ୍ରାଇମସିନ୍‌ ରିକ୍ରିଏସନ୍‌ କରିବା ସହ ଅଧିକ ତଥ୍ୟ ହାସଲ କରିଛି ଝାରସୁଗୁଡ଼ା ପୋଲିସ । ସେମାନେ ସମର୍ଥଙ୍କୁ ଅପରହରଣ ପରେ ହତ୍ୟା କରି ପୋଡି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.