ଜଳି ଛାରଖାର ହେଲା ସବୁଠୁ ବଡ଼ ହୋଲସେଲ୍‌ କପଡ଼ା ମାର୍କେଟ୍‌, ୫୦ରୁ ଅଧିକ ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ

ବାଂଲାଦେଶର ସବୁଠୁ ବଡ଼ ହୋଲସେଲ୍‌ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଢାକାସ୍ଥିତ ବଙ୍ଗାବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୬ରୁ ଅଧିକ କୋଠା ଏବଂ ଆଖପାଖର ଆବାସିକ ଅଞ୍ଚଳରେ ନିଆଁ ବ୍ୟାପିଯାଇଥିବା ଅଧିକାରୀମାନେ କହିଛନ୍ତି।

ବାଂଲାଦେଶର ସବୁଠୁ ବଡ଼ ହୋଲସେଲ୍‌ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଢାକାସ୍ଥିତ ବଙ୍ଗାବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୬ରୁ ଅଧିକ କୋଠା ଏବଂ ଆଖପାଖର ଆବାସିକ ଅଞ୍ଚଳରେ ନିଆଁ ବ୍ୟାପିଯାଇଥିବା ଅଧିକାରୀମାନେ କହିଛନ୍ତି। କୁହାଯାଉଛି କି, ବଜାରରେ ୬ ହଜାରରୁ ଅଧିକ ଦୋକାନ ଘର ରହିଛି।

ଅଗ୍ନିଶମ ଅଧିକାରୀମାନେ କହିଛନ୍ତି, ବଜାରରେ ଅଗ୍ନିନିର୍ବାପକ ଯନ୍ତ୍ର କି ନିଆଁ ଲିଭାଇବା ପାଇଁ କୌଣସି ମାଧ୍ୟମ ନାହିଁ। କିଛି ଦୋକାନ ମାଲିକଙ୍କ କହିବା ହେଲା, ନିଅାଁ ଲାଗିବା ପୂର୍ବ ଯୋଜନା ମୁତାବକ ଥିଲା। ତେଣୁ ସେମାନେ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।

ଏହାରି ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ ପାଖାପାଖି ୫୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ଅଛି। ଏହା ସହିତ ସେନା ଏବଂ ବାୟୁସେନାର ହେଲିକାପ୍ଟର ପ୍ରଭାବିତ ଅଞ୍ଚଳରେ ପାଣି ସ୍ପ୍ରେ କରୁଛନ୍ତି। ସୂଚନା ମୁତାବକ, ସକାଳ ପ୍ରାୟ ୬ଟା ୧୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଯେଉଁ ହୋଲସେଲ୍‌ କପଡ଼ା ବଜାରରେ ନିଆଁ ଲାଗିଛି, ତାହା ବାଂଲାଦେଶ ରାଜଧାନୀର ସବୁଠାରୁ ବଡ଼ କପଡା ବଜାର।

ତେବେ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିକାଣ୍ଡ ଯୋଗୁ ଅଞ୍ଚଳରେ କଳା ଧୂଆଁ ଚାରିଆଡ଼େ ବ୍ୟାପିଯାଇଛି, ଯାହାଫଳରେ ନିଆଁଲିଭା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।