Below header

୨୭ରେ ସମଲେଇ ଲୋକାର୍ପଣକୁ ନେଇ ବଢୁଛି ଉତ୍କଣ୍ଠା, ମହାଯଜ୍ଞ ପାଇଁ ସଂପନ୍ନ ହୋଇଛି ଅଙ୍କୁରାରୋପଣ

ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ୨ ଦିନ । ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପକୁ ନେଇ କେବଳ ସମ୍ବଲପୁର ନୁହେଁ, ସାରା ଦେଶରେ ମାଆ ସମଲେଶ୍ବରୀ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।

ସମ୍ବଲପୁର (କେନ୍ୟୁଜ): ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ୨ ଦିନ । ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପକୁ ନେଇ କେବଳ ସମ୍ବଲପୁର ନୁହେଁ, ସାରା ଦେଶରେ ମାଆ ସମଲେଶ୍ବରୀ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଦିନ ପାଖେଇବା ସହ ପଶ୍ଚିମ ଓଡ଼ିଶାବାସୀଙ୍କ ଭିତରେ ଉତ୍ସାହ ବଢୁଛି । ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ମା’ ସମଲେଶ୍ବରୀଙ୍କ ମନ୍ଦିର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାମ । ଚାରୋଟି ଦ୍ୱାର କାମ ସମ୍ପୂର୍ଣ ଶେଷ ହୋଇଛି । ସେହିପରି ଭକ୍ତଙ୍କ ପାଇଁ ଧାଡ଼ି ବ୍ୟବସ୍ଥା, କ୍ଳକ ରୁମ, ଭୋଗ ମଣ୍ଡପ, ୱାଚ ଟାୱାର, ମହାନଦୀ ଆଳତୀ ଘାଟ, ଦୀପ ଘର, ବଡ଼ ପାର୍କିଂ, ଫୁଟ ଓଭର ବ୍ରିଜ ଲୋକଙ୍କ ମନ ମୋହୁଛି l

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଭଳି ସମଲେଇ ପ୍ରକଳ୍ପର ଲୋକାର୍ପଣକୁ ଭବ୍ୟ ଓ ସ୍ମରଣୀୟ କିରବାକୁ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ବ୍ୟାପକ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ବିଭିନ୍ନ ଦେବାଦେବୀ, ପୀଠ, ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ଯଜ୍ଞ ମଣ୍ଡପ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଅଙ୍କୁରାରୋପଣ ବି ସଂପନ୍ନ ହୋଇଛି । ହୋମଯଜ୍ଞ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟ ଯଜ୍ଞମଣ୍ଡପରେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାହୁତି ଦେବାରୁ କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.