ମଧ୍ୟ ପ୍ରଦେଶ: ବିଭିନ୍ନ ହସ୍ପିଟାଲରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ୪୭ ଶିଶୁଙ୍କ ଜନ୍ମ

ଦୀର୍ଘ ପ୍ରତୀକ୍ଷା ପରେ ଜାନୁୟାରୀ ୨୨ରେ ଅଯୋଧ୍ୟା ଜନ୍ମଭୂମି ସ୍ଥାନରେ ବିରାଜିଛନ୍ତି ପ୍ରଭୁ ରାମଲାଲା । ଏଥିପାଇଁ ସାରା ଦେଶରେ ରହିଛି ଉତ୍ସବର ମାହୋଲ । ଅନେକ ଲୋକ ଏହି ଶୁଭ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ । ଏମିତିରେ ସେହିମାନଙ୍କ ଖୁସି ଏବେ ଦ୍ୱିଗୁଣିତ ହୋଇଯାଇଛି, ଯେଉଁମାନଙ୍କ ଘରେ ପ୍ରାଣ ପ୍ରତିଷ୍ଠା ଦିନ ସନ୍ତାନ ଜନ୍ମ ହୋଇଛି ।

ଦୀର୍ଘ ପ୍ରତୀକ୍ଷା ପରେ ଜାନୁୟାରୀ ୨୨ରେ ଅଯୋଧ୍ୟା ଜନ୍ମଭୂମି ସ୍ଥାନରେ ବିରାଜିଛନ୍ତି ପ୍ରଭୁ ରାମଲାଲା । ଏଥିପାଇଁ ସାରା ଦେଶରେ ରହିଛି ଉତ୍ସବର ମାହୋଲ । ଅନେକ ଲୋକ ଏହି ଶୁଭ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ । ଏମିତିରେ ସେହିମାନଙ୍କ ଖୁସି ଏବେ ଦ୍ୱିଗୁଣିତ ହୋଇଯାଇଛି, ଯେଉଁମାନଙ୍କ ଘରେ ପ୍ରାଣ ପ୍ରତିଷ୍ଠା ଦିନ ସନ୍ତାନ ଜନ୍ମ ହୋଇଛି । ଲୋକମାନେ ନବଜନ୍ମିତ ସନ୍ତାନଙ୍କୁ କୁନି ରାମ ଏବଂ କୁନି ସୀତାଙ୍କ ରୂପରେ ଦେଖୁଛନ୍ତି ।

ପ୍ରକୃତରେ, ଏହି ଦିନକୁ ମନେ ରଖିବା ପାଇଁ ପ୍ରଥମରୁ ହିଁ ଅନେକ ଲୋକ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଡେଲିଭରି ତାରିଖ ରଖିଥିଲେ । ସେମାନଙ୍କ କହିବା ହେଲା, ଏହି ଦିନ ଜନ୍ମ ହୋଇଥିବା ଶିଶୁଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପରି ଗୁଣ ଭରିରହିବ । ତେଣୁ ମାଆବାପା ହେବାକୁ ଯାଉଥିବା ଅନେକ ଦମ୍ପତି ଜାନୁୟାରୀ ୨୨ରେ ସେମାନଙ୍କ ଡେଲିଭରି କରାଇବାକୁ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ ।

ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ୍‌ ଜାନୁୟାରୀ ୨୨ରେ ମଧ୍ୟପ୍ରଦେଶର ତିନୋଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଅତି କମରେ ୪୭ ଶିଶୁ ଜନ୍ମ ହୋଇଛନ୍ତି । ଇନ୍ଦୋରର ତିନୋଟି ହସ୍ପିଟାଲରେ ୩୩ ଶିଶୁ ଜନ୍ମ ହୋଇଥିବା ବେଳେ ଦମୋହରେ ୧୩ ଏବଂ ଭୋପାଳରେ ଗୋଟିଏ ଶିଶୁ ଜନ୍ମ ହୋଇଛି ।

ଇନ୍ଦୋରର ଏକ ସରକାରୀ ହସ୍ପିଟାଲରେ ୧୮ ଜଣ ଶିଶୁ ଜନ୍ମ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ ଜଣ କନ୍ୟାସନ୍ତାନ ଏବଂ ୯ ଜଣ ପୁତ୍ରସନ୍ତାନ ଅଛନ୍ତି । ୧୭ ଜଣ ଶିଶୁ ନର୍ମାଲ ପ୍ରସବରେ ଜନ୍ମ ହୋଇଥିବା ବେଳେ ଜଣଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ସନ୍ତାନ ଜନ୍ମ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.