Below header

ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କେନ୍ୟୁଜ୍: ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ରାଜ୍ୟ ସରକାର 5T କାର୍ଯ୍ୟକ୍ରମ ହାତକୁ ନେବା ପରେ ଏହା ଅଧିକ ଫଳପ୍ରଦ ହୋଇଛି। ଏହାଦ୍ୱାରା ମଧ୍ୟାହ୍ନ ଭୋଜନ ପାଇଁ ସରକାରୀ ବ୍ୟବସ୍ଥା ଯାହା ରହିଛି ତାହା ଅଧିକ ତ୍ୱରାନ୍ଵିତ ହୋଇପାରିବ। ଫଳରେ ମଧ୍ୟାହ୍ନଭୋଜନର ମାନ ଯାଞ୍ଚ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ। ମନ୍ତ୍ରୀ ମାନେ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଥିବା ବେଳେ ଏଣିକି ମଧ୍ୟାହ୍ନ ଭୋଜନ କରିବେ ନାହିଁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ବରଂ ବିଦ୍ୟାଳୟ, ଅନାଥାଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ଓ ଆହାର କେନ୍ଦ୍ର ଯାଞ୍ଚ କରିବା ସହ ସେଠାରେ ଭୋଜନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.