ମହାଶିବରାତ୍ରୀକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା
ପୁରୀ:ମହାଶିବରାତ୍ରୀକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା। ଦୁଇ ଜଣ ବାଲୁକା ଶିଳ୍ପୀଙ୍କ ଦୁଇଟି ବାଲୁକା କଳା। ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ନିର୍ମିତ ବାଲୁକା କଳରେ ମହାଶିବରାତ୍ରୀର ଶୁଭେଛା ଜଣାଇଛନ୍ତି ବାଲୁକା ଶିଳ୍ପୀ। ଏଥିରେ ଶିବଙ୍କର ୧୧ଟି ପ୍ରତିକୃତି ନିର୍ମିତ ହୋଇଛି।
ସେହିପରି ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏକ ରଂଗୀନ ବାଲୁକା କଳାରେ ସେ ମହାଶିବରାତ୍ରୀ ଶୁଭେଛା ଜଣାଇଛନ୍ତି। ପ୍ରାୟ ୧୫ ଫୁଟ ଓସାରର ଏହି ବାଲୁକା କଳାରେ ମହାଦେବଙ୍କ ସୁନ୍ଦର ପ୍ରତିକୃତି ନିର୍ମିତ ହୋଇଛି।