Below header

ଝାରସୁଗୁଡ଼ା: ମହଙ୍ଗା ପଡ଼ିଲା ବାଲି ମାଫିଆଙ୍କ ଔଦ୍ଧତ୍ୟ, ପୋଲିସକୁ ଚ୍ୟାଲେଞ୍ଜ କରି ବାଲି ଚୋରା ଚାଲାଣ କରୁଥିବା ବ୍ୟକ୍ତିକୁ ଗିରଫ କଲା ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ୍): ମହଙ୍ଗା ବାଲି ପଡ଼ିଲା ମାଫିଆଙ୍କ ଔଦ୍ଧତ୍ୟ । ଦୁଇ ଦିନ ତଳେ ପୋଲିସକୁ ଚ୍ୟାଲେଞ୍ଜ କରି ବାଲି ଚୋରା ଚାଲାଣ କରିବା ଘଟଣାରେ ଆଜି ମାଫିଆ ସୌରଭ ପଟେଲକୁ ଗିରଫ କରିଛି ପୋଲିସ । ଝାରସୁଗୁଡ଼ାରେ ବାଲି ମାଫିଆଙ୍କ ଦାଦାଗିରି, ଏସ୍‌ପି ଓ ଆଇଆଇସିଙ୍କୁ ଗାଳି କରିବା ଏବଂ ଭିଡ଼ିଓ ଭାଇରାଲ କରିବା ଘଟଣାରେ ସୌରଭ ପଟେଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ୨୪ ତାରିଖ ରାତିରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ କାର୍ଯ୍ୟରତ କନଷ୍ଟେବଳଙ୍କୁ ବାଲି ମାଫିଆ ସୌରଭ ପଟେଲ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଏସ୍‌ପି ଓ ଆଇଆଇସିଙ୍କୁ ଗାଳି କରିଥିଲେ । ଏହାପରେ ଭିଡ଼ିଓ ଉତ୍ତୋଳନ କରି ଭାଇରାଲ୍‌ କରିଥିଲେ । ଏହି ଘଟଣାରେ ଝାରସୁଗୁଡ଼ା ପ୍ରଶାସନ ଏବଂ ପୋଲିସ ସୌରଭର ୨୦ ଟ୍ରକ୍‌ ବାଲି ଜବତ କରିଥିବା ବେଳେ ଆଜି ସୌରଭକୁ ଗିରଫ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.