ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କା, ଏଲଓସି ସହ ପୂରା ଇଣ୍ଡୋ-ପାକ୍‌ ବର୍ଡରରେ ରେଡ୍‌ ଆଲର୍ଟ

କେନ୍ୟୁଜ୍ (ବ୍ୟୁରୋ):  ସୀମାରେ ରେଡ୍‌ ଆଲର୍ଟ। ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କା କରି ସୀମାରେ ରେଡ ଆଲର୍ଟ ଜାରି ହୋଇଛି। ଜାମ୍ମୁ-କାଶ୍ମୀର ସମେତ ପୂରା ଭାରତ-ପାକିସ୍ତାନ ସୀମାରେ ସଜାଗ ହୋଇଛନ୍ତି ବିଏସଏଫ ଓ ଆର୍ମୀ ଯବାନ। ଚୀନ୍‌ ନିର୍ମିତ ଡ୍ରୋନ୍‌ ବ୍ୟବହାର କରି ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇ ପାକିସ୍ତାନ ହମଲା ଯୋଜନା କରୁଥିବା ଜଣା ପଡ଼ିବା ପରେ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏଲଓସି ଓ ଆଇବିରେ ମୁତୟନ ଥିବା ଯବାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁପଓ୍ଵାଡା, ବାରମୁଳା, ପୁଂଛ ଓ ରାଜୌରି ଜିଲ୍ଲାରେ ଏଲଓସି ନିକଟରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି। ଡ୍ରୋନ୍‌ ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି। ଜିପିଏସ ଲାଗିଥିବା ଡ୍ରୋନ ବ୍ୟବହାର କରି ପାକିସ୍ତାନ ଅସ୍ତ୍ରଶସ୍ତ୍ର ଓ ଜାଲ ନୋଟ ପଠାଉଥିବା ଜାଣାପଡ଼ିବା ପରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଡ୍ରୋନ୍‌ ବ୍ୟବହାର କରି ପାକିସ୍ତାନ ସାତ ଆଠ ଥର ଅସ୍ତ୍ରଶସ୍ତ୍ର ଏୟାରଡ୍ରପ୍‌ କରିଥିବା ଜଣାପଡ଼ିଛି। ଏୟାରଡ୍ରପ୍‌ ହୋଇଥିବା ଅସ୍ତ୍ରଶସ୍ତ୍ର ପଂଜାବରେ ସିଜ୍‌ ହୋଇଥିଲା। ଏହି ଡ୍ରୋନ୍‌ ଥରକୁ ୧୦ କେଜି ପର୍ଯ୍ୟନ୍ତ ଓଜନର ଅସ୍ତ୍ରଶସ୍ତ୍ର ବୋହି ନେଇ ପାରିବ ବୋଲି ଜଣାପଡ଼ିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.