Below header

ସକାଳ ୭ ରୁ ରାତି ୯ ରାଜ୍ୟରେ ବନ୍ଦ ରହିବ ବାଲି ପରିବହନ

ବେଆଇନ ଭାବେ ବାଲି ଉଠାଣ ନେଇ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ମେସିନ ଜରିଆରେ  ବାଲି ଉଠାଣ କରାଯାଇ ପାରିବ ନାହିଁ ଏବଂ ଦିନ ବେଳା ସର୍ବସାଧାରଣରେ ବାଲି ପରିବହନ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

କଟକ : ବେଆଇନ ଭାବେ ବାଲି ଉଠାଣ ନେଇ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ମେସିନ ଜରିଆରେ  ବାଲି ଉଠାଣ କରାଯାଇ ପାରିବ ନାହିଁ ଏବଂ ଦିନ ବେଳା ସର୍ବସାଧାରଣରେ ବାଲି ପରିବହନ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ଉପରେ ଶତ ପ୍ରତିଶତ ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ବେଆଇନ ବାଲି ଉଠାଣ ଓ ପରିବହନକୁ ନେଇ ଦାୟର ହୋଇଥିବା ମାମଲା ଉପରେ ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ।

ରାଜ୍ୟର ସମସ୍ତ ବାଲିଘାଟରୁ ଏଣିକି ପ୍ରୋକଲିନ ପରିବର୍ତ୍ତେ କେବଳ ଶ୍ରମିକ ନିୟୋଜିତ କରି ବାଲି ଉଠାଯାଇପାରିବ। କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ମୁତାବକ ବାଲି ଉଠାଇ ହେବ। କିନ୍ତୁ ଯଦି କୌଣସି ସ୍ଥାନରେ ଶ୍ରମିକ ନିୟୋଜିତ କରି ବାଲି ଉତ୍ତୋଳନ କରିବା ସମ୍ଭବ ନୁହେଁ, ସେହି ସ୍ଥାନରେ କେବଳ ମେସିନ ଜରିଆରେ ବାଲି ଖୋଳାଯାଇ ପାରିବ। କିନ୍ତୁ ସେଥିପାଇଁ ପରିବେଶ ମଞ୍ଜୁରୀ ବାଧ୍ୟତା ମୂଳକ। ତେବେ ସକାଳ ୭ ଟା ରୁ ରାତି ୯ ଟା ଭିତରେ ରାଜ୍ୟର କୌଣସି ସ୍ଥାନରେ ବାଲି ପରିବହନ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଆଜି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

ବେଆଇନ ବାଲି ଉଠା ହେଉଥିବା କାରଣରୁ ରାଜ୍ୟ ସରକାର ୨୪୦ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି ଏବଂ ଏହାଦ୍ୱାରା ପରିବେଶ ପ୍ରଦୂଷଣ ହେଉ ଥିବାର ଅଭିଯୋଗ କରି ପ୍ରଶାନ୍ତ ଦାସ ନାମକ ବ୍ୟକ୍ତି ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲାର ଚୂଡାନ୍ତ ଶୁଣାଣି କରି ମାମଲା ଉପରେ ପୂର୍ଣ୍ଣଛେଦ ଦେବା ସହିତ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.