ଚନ୍ଦନ ଗଛ ଚୋରି ର୍ୟାକେଟ୍ର ପର୍ଦ୍ଦାଫାସ୍, ୫ଜଣଙ୍କୁ ଗିରଫ କଲା ଜି. ଉଦୟଗିରି ପୋଲିସ୍

ମୋହନା (କେ ନ୍ୟୁଜ୍) : ଅନ୍ତଃଜିଲ୍ଲା ଚନ୍ଦନ ଗଛ ଚୋରି ର୍ୟାକେଟ୍ର ପର୍ଦ୍ଦାଫାସ୍ କରିଛି ଜି. ଉଦୟଗିରି ପୋଲିସ୍ । ମୋହନା, ଆର. ଉଦୟଗିରି ଓ ରାମଗିରି ଥାନା ଅଞ୍ଚଳର ୫ ଜଣଙ୍କୁ ପୋଲିସ୍ ଗିରଫ କରିଛି । ସେମାନଙ୍କ ଠାରୁ ଏକ ୨୧ କେଜିର ଚନ୍ଦନ ଗଣ୍ଡି ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଜାର ଟଙ୍କାରୁ ଅଧିକ ହେବ । ଗତ କିଛି ଦିନ ହେବ ଆର୍. ଉଦୟଗିରି ଅଞ୍ଚଳରୁ ବ୍ୟାପକ ଭାବେ ଚନ୍ଦନ ଗଛ ଚୋରି ହେଉଥିଲା । ପୋଲିସ୍ ତତ୍ପରତା ଦେଖାଇ ଚନ୍ଦନ ଗଛ ଚୋରି ର୍ୟାକେଟ୍କୁ ଧରିବା ସହ ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି ।