ରାତାରାତି ଗାଏବ ହୋଇଯାଇଥିଲା ପାକିସ୍ତାନର ଏହି ରହସ୍ୟମୟ ଦ୍ୱୀପ ‘ଜଲଜଲା କୋହ’

ପ୍ରକୃତି କେତେ ବେଳେ କେଉଁ ରୂପ ଦେଖାଏ ତାହା କାହାକୁ ବି ଜଣାନଥାଏ। କେବେ ବେଳେ ବନ୍ୟା ଠାରୁ ଆରମ୍ଭ କରି ବାତ୍ୟା ଆଉ କେତେକ ବେଳେ ସୁନାମି ଠାରୁ ଆରମ୍ଭ କରି ଭୂମିକମ୍ପ। ଯାହା ସମଗ୍ର ବିଶ୍ୱକୁ ହାହାକାର କରିଦିଏ। ଏହାର କରାଳ ରୂପରେ ସମସ୍ତେ ହଜିଯାଆନ୍ତି। ଦୁନିଆରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି ଯାହା ବିଷୟରେ ଆମ୍ଭେମାନେ ଅଜ୍ଞାତ। ଯେପରି ବରମୁଡା ଟ୍ରାଏଙ୍ଗଲ। ଯାହାର ରହସ୍ୟ ଏପର୍ଯ୍ୟନ୍ତ କେହି ବି ପାଇନାହାନ୍ତି। ଏପରି ଏକ ରହସ୍ୟମୟୀ ଘଟଣା ପାକିସ୍ତାନର ବଲୁଚିସ୍ଥାନ ସ୍ଥିତ ଗ୍ଵାଦର ଶହର ଜଲାଜଲା କୋହ ଦ୍ୱୀପ ରାତାରାତି ଗାଏବ ହୋଇଯାଇଥିଲା।

pakistan

୨୦୧୩ ମସିହାରେ ଗ୍ଵାଦରର ସମୁଦ୍ର କୂଳରେ ୭.୭ ତୀବ୍ରତାର ଭୂମିକମ୍ପ ଆସିଥିଲା। ସେତେବେଳେ ଏହି ଦ୍ୱୀପ ଦେଖିବାକୁ ମିଳିଥିଲା। ୬୬ ଫୁଟ ଉଚ୍ଚ, ୨୯୫ ଫୁଟ ଚଉଡା ଏବଂ ୧୩୦ ଫୁଟ ଲମ୍ବା ଏହି ଦ୍ୱୀପ ପୃଥିବୀ ମଧ୍ୟରେ ଟକଟାନିକ ପ୍ଲେଟ ମାଡ ହେବା ଦ୍ୱାରା ଅସ୍ତିତ୍ୱକୁ ଆସିଥିଲା। ଏକ ରିପୋର୍ଟ ମୁତାବକ, ଏହି ଦ୍ୱୀପରେ କେବଳ ବଡ ବଡ ପଥର ସହ ପଙ୍କକାଦୁଅ ଭରି ରହିଥିଲା। ୨୦୧୩ରୁ ୨୦୧୯ ମଧ୍ୟରେ ଏହି ଦ୍ୱୀପ କିପରି ଧୀରେ ଧୀରେ ପରିବର୍ତ୍ତନ ଦେଖାଦେଇ ଗାଏବ ହୋଇଯାଇଥିଲା ତାର ଚିତ୍ର ନାସା ମଧ୍ୟ ପଠାଇଥିଲା।

ନାସା ଜଣାଇଲା ପ୍ରକୃତ କାରଣ:

earthquake-island-zalzala-koh

ନାସା କହିବା ମୁତାବକ, ଜଲଜଲା କୋହ ଭଳି ଦ୍ୱୀପ ଏକ ଭୟଙ୍କର ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ଯୋଗୁଁ ଅସ୍ତିତ୍ୱକୁ ଆସିଥିଲା। ଏଭଳି ପରିସ୍ଥିତିରେ ଏହା ସମୁଦ୍ର ତଟ ନିକଟରେ ପ୍ରାକୃତିକ ଭାବେ ସ୍ଥାପିତ ହୋଇଯାଏ। ଯେଉଁଭଳି ଭାବେ ଏହି ଦ୍ୱୀପ ହୁଏ, ସେହିଭଳି ଖୁବଶୀଘ୍ର ମଧ୍ୟ ନଷ୍ଟ ହୋଇଯାଏ। ସୂଚନାଯୋଗ୍ୟ, ୨୦୧୩ରେ ପାକିସ୍ତାନରେ ଜଲାଜଲା କୋହ (ଭୂକମ୍ପର ପାହାଡ) ନାମକ ଭୟଙ୍କର ଭୂକମ୍ପ ବେଳେ ଏହି ଦ୍ୱୀପ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲା। ଯାହା ୬ ବର୍ଷ ପରେ ରହସ୍ୟମୟ ଭାବେ ଗାଏବ ମଧ୍ୟ ହୋଇଯାଇଥିଲା।

Leave A Reply

Your email address will not be published.