ଚାଷୀ ମୁହଁରେ ଫୁଟିଲା ହସ, ସାନ୍ଦୁଲ ନଦୀରେ ନିର୍ମାଣ ହେଲା ସାନ୍ଦୁଲ୍ ବ୍ୟାରେଜ୍
କଳାହାଣ୍ଡି ଜିଲ୍ଲାର ଡୁଟା ଠାରେ ସାନ୍ଦୁଲ ନଦୀରେ ୧୨୬.୪୭ କୋଟି ଟଙ୍କାରେ ସାନ୍ଦୁଲ୍ ବ୍ୟାରେଜ୍ ନିର୍ମାଣ କରାଯାଇଛି। ଜୁଲାଇ ଶେଷ ସୁଦ୍ଧା ନିର୍ମାଣ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଏବଂ ୫ ଟି ଅଧ୍ୟକ୍ଷଙ୍କ ପ୍ରଚେଷ୍ଟା ଯୋଗୁଁ ୫ ମାସ ପୂର୍ବରୁ ଏହା ଉଦଘାଟିତ ହୋଇଛି ।
କଳାହାଣ୍ଡି (କେନ୍ୟୁଜ୍) : କଳାହାଣ୍ଡି ଜିଲ୍ଲାର ଡୁଟା ଠାରେ ସାନ୍ଦୁଲ ନଦୀରେ ୧୨୬.୪୭ କୋଟି ଟଙ୍କାରେ ସାନ୍ଦୁଲ୍ ବ୍ୟାରେଜ୍ ନିର୍ମାଣ କରାଯାଇଛି। ଜୁଲାଇ ଶେଷ ସୁଦ୍ଧା ନିର୍ମାଣ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଏବଂ ୫ ଟି ଅଧ୍ୟକ୍ଷଙ୍କ ପ୍ରଚେଷ୍ଟା ଯୋଗୁଁ ୫ ମାସ ପୂର୍ବରୁ ଏହା ଉଦଘାଟିତ ହୋଇଛି । ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୧୮୯.୭୭ କୋଟି ଟଙ୍କା ଅଟକଳରେ ଭୂତଳ ପାଇପ କେନାଲ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ଏମପି ସୁଜିତ କୁମାର, ନର୍ଲା ବିଧାୟକ ଭୂପିନ୍ଦର ସିଂ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ଜିଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଏମ ରାମପୁର ବ୍ଲକ୍ ଅଧ୍ୟକ୍ଷ ମନ୍ଦାକିନୀ ସିଂଦେଓ ମଞ୍ଚାସୀନ ଥିଲେ। ସାନ୍ଦୁଲ୍ ଭୂତଳ ପାଇପ ଜଳସେଚନ ଯୋଗୁଁ କେସିଙ୍ଗା ବ୍ଲକର ୧୪ ଗାଁ, କର୍ଲାମୁଣ୍ଡା ବ୍ଲକ୍ର ୧୩ ଓ ନର୍ଲା ବ୍ଲକ୍ର ୨ ଟି ଗାଁର ୫୦୦୦ ହଜାର ହେକ୍ଟର ଜମିକୁ ଖରିଫ ଋତୁରେ ଜଳ ଯୋଗାଣ ହୋଇ ପାରିବ।