ଶିକ୍ଷୟିତ୍ରୀ ପୁଷ୍ପଲତାଙ୍କ ସନ୍ଦେହଜନକ ମୃତ୍ୟୁ, ମା’ ମୃତ୍ୟୁର ତଦନ୍ତ ଦାବି କଲା ଝିଅ
ମା’ ମୃତ୍ୟୁର ତଦନ୍ତ ଦାବିକଲା ଝିଅ। କେନ୍ଦ୍ରାପଡା ନସଡିପୁର ଅଞ୍ଚଳର ପୁଷ୍ପାଲତା ପ୍ରତାପଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ଗୋପୀନାଥ ବେହେରା ଦୁଇଟି ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କର ୪ପୁଅ ଥିବା ବେଳେ ଦ୍ବିତୀୟ ସ୍ତ୍ରୀ ପୁଷ୍ପାଲତା ପ୍ରତାପଙ୍କର ସେ ଏକମାତ୍ର ଝିଅ।
କେନ୍ଦ୍ରାପଡା (କେନ୍ୟୁଜ୍): ମା’ ମୃତ୍ୟୁର ତଦନ୍ତ ଦାବିକଲା ଝିଅ। କେନ୍ଦ୍ରାପଡା ନସଡିପୁର ଅଞ୍ଚଳର ପୁଷ୍ପାଲତା ପ୍ରତାପଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ଗୋପୀନାଥ ବେହେରା ଦୁଇଟି ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କର ୪ପୁଅ ଥିବା ବେଳେ ଦ୍ବିତୀୟ ସ୍ତ୍ରୀ ପୁଷ୍ପାଲତା ପ୍ରତାପଙ୍କର ସେ ଏକମାତ୍ର ଝିଅ। ମଙ୍ଗଳବାର ରାତିରେ ଗାୟତ୍ରୀ ପୁଷ୍ପଲତାଙ୍କ ସହ କଥା ହୋଇଥିଲେ। ମାତ୍ର ସକାଳେ ଖବର ପାଇଲେ ତାଙ୍କ ମଆଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଦଣ୍ଡପ୍ରଦାନ ପାଇଁ ଗାୟତ୍ରୀ ଟାଉନ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି।