AI ହୋଲଗ୍ରାମ ସହ ବିବାହ କରିବେ ସ୍ପେନ୍‌ ର ମହିଳା, ଏହା ହେଉଛି ଦୁନିଆର ପ୍ରଥମ ଘଟଣା

ସ୍ପେନ୍‌ ର ଜଣେ କଲାକାର AI ହୋଲଗ୍ରାମ ସହ ବିବାହ କରିବାକୁ ଯାଉଛନ୍ତି । ତେବେ ଜଣାଇ ରଖିବାକୁ ଚାହିଁବୁ ଯେ ଏହା ହେଉଛି ଦୁନିଆର ପ୍ରଥମ ଘଟଣା । ଜଣେ ମହିଳା AI ହୋଲଗ୍ରାମ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଗତ କିଛି ମାସ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇଛି । AI ଲୋକଙ୍କ ଜୀବନରେ ଏତେ ପରିମାଣରେ ଏଣ୍ଟ୍ରି କରିଛି ଯେ ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଏହା ଏତେ ଆଗକୁ ଗଲାଣି ଯେ ଲୋକମାନେ AI ସହିତ ବିବାହ କରିବା ମଧ୍ୟ ଆରମ୍ଭ କଲେଣି । କଥାଟା ଆପଣଙ୍କୁ ଟିକେ ଅଜବ ଲାଗୁଥାଇପାରେ କିନ୍ତୁ ଏଭଳି କିଛି ସତରେ ହେବାକୁ ଯାଉଛି । ବର୍ତ୍ତମାନ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସ୍ପେନ୍‌ ର ଜଣେ କଲାକାର AI ହୋଲଗ୍ରାମ ସହ ବିବାହ କରିବାକୁ ଯାଉଛନ୍ତି । ତେବେ ଜଣାଇ ରଖିବାକୁ ଚାହିଁବୁ ଯେ ଏହା ହେଉଛି ଦୁନିଆର ପ୍ରଥମ ଘଟଣା । ଜଣେ ମହିଳା AI ହୋଲଗ୍ରାମ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିକଟରେ ସାହିଦ କପୁର ଏବଂ କୃତି ସାନନଙ୍କ ଏକ ଫିଲ୍ମରେ ମଧ୍ୟ ଏଭଳି କିଛି ଦେଖାଯାଇଛି, କିନ୍ତୁ ଏହି ରିଲ୍ ଲାଇଫ୍ ପ୍ରେମ କାହାଣୀ ଅସଲ ଜୀବନରେ ମଧ୍ୟ ହେବାକୁ ଯାଉଛି ।

ବିବାହ ଏକ ପବିତ୍ର ବନ୍ଧନ । ନିଜ ଜୀବନ ସାଥୀ ବାଛିବା ପୂର୍ବରୁ ସମସ୍ତେ ବହୁତ ଚିନ୍ତା କରନ୍ତି । କାହିଁକି ନା ଏହା ହେଉଛି ସାରା ଜୀବନର କଥା । ତେବେ ଆଜିର ଟେକ୍ନୋଲୋଜି ଏହାକୁ ଅଧିକ ସହଜ କରିଛି । କାରଣ ମୋବାଇଲ ଦ୍ୱାରା ଆମେ ଆମର ପାର୍ଟନରକୁ ବାଛିବା ଭଳି ସୁବିଧା ବିଭିନ୍ନ େଓ୍ଵବସାଇଟ୍‌ ଦେଉଛି । କିନ୍ତୁ ସ୍ପେନ୍‌ ର ଜଣେ ମହିଳା ଟେକ୍ନୋଲୋଜି ସାହାଯ୍ୟରେ ନିଜ ବିବାହକୁ କିଛି ଭିନ୍ନ ଢଙ୍ଗରେ କରିବାକୁ ଯାଉଛନ୍ତି ।

ସ୍ପେନ୍ ବାସିନ୍ଦା ଆଲିସିଆ ଫ୍ରାମିସ୍ AI ଦ୍ୱାରା ସୃଷ୍ଟି ହୋଇଥିବା ଏକ ହୋଲଗ୍ରାମକୁ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ ଦୁନିଆର ପ୍ରଥମ ବିବାହ ହେବ ଯେଉଁଥିରେ ଜଣେ ମହିଳା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ତିଆରି ହୋଇଥିବା ହୋଲଗ୍ରାମକୁ ବିବାହ କରିବେ । ଏହାକୁ ଏକ ପ୍ରକାର ରୋବଟ୍ ମଧ୍ୟ କୁହାଯାଇ ପାରିବ । ସୂଚନା ଅନୁସାରେ ଫ୍ରାମିସ୍ ଏହି ବିବାହ ପାଇଁ ଏକ ସ୍ଥାନ ମଧ୍ୟ ବୁକ୍ କରିଛନ୍ତି । ସେମାନଙ୍କର ବିବାହ ଚଳିତ ବର୍ଷ ରୋଟରଡ୍ୟାମର ଏକ ମ୍ୟୁଜିଅମରେ ହେବ ବୋଲି ସୂଚନା ମିଳିଛି ।

ଫ୍ରାମିସ୍ ଙ୍କ କହିବା ଅନୁଯାୟୀ, ଏହି ଭର୍ଚୁଆଲ୍ ପାର୍ଟନର ତଥା ତାଙ୍କ ଭବିଷ୍ୟତ ସ୍ୱାମୀଙ୍କ ନାମ AILex ହେବ । ଯାହା ତାଙ୍କ ନିଜର ହିଁ AI ହୋଲଗ୍ରାମ । ରିପୋର୍ଟ ଅନୁଯାୟୀ, ଫ୍ରାମିସଙ୍କ ବିବାହ ରୋମାଣ୍ଟିକ କିମ୍ବା ପ୍ରେମ ସମ୍ବନ୍ଧୀୟ ବିବାହ ନୁହେଁ ବରଂ ଏହା ‘ହାଇବ୍ରିଡ କପଲ୍‌’ ନାମକ ନୂଆ ପ୍ରୋଜେକ୍ଟର ଏକ ଅଂଶ । ଏହା ସାହାଯ୍ୟରେ ସେ AI ଯୁଗରେ ପ୍ରେମକୁ ନେଇ ପରୀକ୍ଷା କରିବାକୁ ଚାହୁଁଛନ୍ତି । ଯାହା ବି ହେଉନା କାହିଁକି ଏଭଳି ନିଆରା ବିବାହ ଦେଖିବା ପାଇଁ ସାରା ବିଶ୍ୱ ଅପେକ୍ଷା କରି ବସିଛି । କାରଣ ଏହା ଡିଜିଟାଲ ଯୁଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.