ଜେଏସଡବଲ୍ୟୁ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କାଲି ଜଗତସିଂହପୁର ଜିଲ୍ଲାରେ ଜେଏସଡବଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତର ଚାରିଦେଶରେ ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ୍ ଟନ ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବ ଜିନ୍ଦଲ। ଶିଳାନ୍ୟାସ ପୂର୍ବରୁ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି।

ଜଗତସିଂହପୁର (କେନ୍ୟୁଜ୍‌) : କାଲି ଜଗତସିଂହପୁର ଜିଲ୍ଲାରେ ଜେଏସଡବଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତର ଚାରିଦେଶରେ ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ୍ ଟନ ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବ ଜିନ୍ଦଲ। ଶିଳାନ୍ୟାସ ପୂର୍ବରୁ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି। ଜଗତସିଂହପୁର ଏସପି ଓ ପାରାଦୀପ ପୋଲିସ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିଛନ୍ତି। ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ୨୯୫୦. ୫୧ ଏକର ଜମି ଅଧିଗ୍ରହଣ ସରିଥିବା ବେଳେ ଏଥିପାଇଁ ପରିବେଶ ମଞ୍ଜୁରୀ ମଧ୍ଯ ମିଳିସାରିଛି। ଏହି ଷ୍ଟିଲ ପ୍ଲାଣ୍ଟ ପାଇଁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ବିନିଯୋଗ ହେବ। ନୂଆ ଷ୍ଟିଲ ପ୍ଲାଣ୍ଟ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି। ଶିଳାନ୍ୟାସ ସ୍ଥଳରୁ ଅଧିକ ସୂଚନା ଦେଉଛନ୍ତି ପାରାଦୀପ ରିପୋର୍ଟର ହରିଶ୍ଚନ୍ଦ୍ର ଲେଙ୍କା।