ରାଜକୋଟ ଟେଷ୍ଟରେ ରୋହିତ ଏବଂ ଜାଡେଜାଙ୍କ ଦମଦାର ଶତକ, ଡେବ୍ୟୁ ମ୍ୟାଚରେ ସରଫରାଜଙ୍କ ଅର୍ଦ୍ଧଶତକ, ଭାରତ ୩୨୬/୫

ରାଜକୋଟ ଟେଷ୍ଟରେ ରୋହିତ ଶର୍ମା ରବୀନ୍ଦ୍ର ଜାଡ଼େଜାଙ୍କ ଦମଦାର ଶତକ ପରେ ଦୃଢ଼ ସ୍ଥିତିରେ ଭାରତ । ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ଭାରତ ୫ ଓ୍ଵିକେଟ ହରାଇ ୩୨୬/୫ରେ ପହଞ୍ଚିଛି ।

ରାଜକୋଟ ଟେଷ୍ଟରେ ରୋହିତ ଶର୍ମାଙ୍କ ଦମଦାର ଶତକ ପରେ ଦୃଢ଼ ସ୍ଥିତିରେ ଭାରତ । ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ଭାରତ ୫ ଓ୍ଵିକେଟ ହରାଇ ୩୨୬/୫ରେ ପହଞ୍ଚିଛି । ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ପ୍ରାରମ୍ଭିକ ଝଟକା ପରେ ଟିମ ଇଣ୍ଡିଆ ଲଢୁଆ ଖେଳ ପ୍ରଦର୍ଶନ କରିଛି । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତୀୟ ଦଳ । ୩ ଯୁବ ଖେଳାଳିଙ୍କ ୱିକେଟ ହରାଇବା ପରେ ପାଳି ସମ୍ଭାଳିଲେ ଅଧିନାୟକ ରୋହିତ ଶର୍ମା ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା । ୧୫୭ ବଲ ଖେଳି ୧୧ ତମ ଶତକ ହାସଲ କରିଛନ୍ତି ରୋହିତ ଶର୍ମା । ଫର୍ମରେ ନଥିବା ରୋହିତ ୨୧୮ ଦିନ ପରେ ସେଞ୍ଚୁରୀ ହାସଲ କରିଛନ୍ତି । ଏହାସହ ଟେଷ୍ଟ ମ୍ୟାଚରେ ଛକା ମାରିବାରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି ରୋହିତ ।

ରୋହିତ ଶର୍ମା ଟେଷ୍ଟ ମ୍ୟାଚରେ ୭୯ଟି ଛକା ମାରିଥିବା ବେଳେ ଧୋନି ୭୮ଟି ଛକା ମାରିଛନ୍ତି । ରୋହିତ ୩ଟି ଛକା ଏବଂ ୧୪ଟି ଚୌକା ସହ ୧୩୧ ରନ କରି ଆଉଟ୍ ହୋଇଛନ୍ତି ।

ଆଜିର ଟେଷ୍ଟରେ ରୋହିତଙ୍କ ସାଥ ଦେଇଛନ୍ତି ରବୀନ୍ଦ୍ର ଜାଡେଜା । ରବୀନ୍ଦ୍ର ଜାଡେଜା ୨୧୨ ରନରେ ୧୧୦ ରନ୍‌ କରି ଅପରାଜିତ ରହିଛନ୍ତି । ରୋହିତ ଆଉଟ ହେବା ପରେ ଜାଡେଜାଙ୍କ ସାଥ ଦେଇଥିଲେ ଡେବ୍ୟୁ କରିଥିବା ସରଫରାଜ ଖାନ । ସେ ୬୬ ବଲରେ ୬୨ ରନ୍‌ କରି ରନ୍‌ଆଉଟ ହୋଇଛନ୍ତି ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ ଇଣ୍ଡିଆ ମାତ୍ର ୩୩ ରନରେ ୩ ୱିକେଟ ହରାଇଥିଲା । ଯଶସ୍ବୀ ଜୟସ୍ବାଲ ୧୦ ରନ କରିଥିବା ବେଳେ, ରଜତ ପାଟିଦାର ୫ ଏବଂ ଶୁବମନ ଗିଲ ୦ରେ ପାଭିଲିୟନ ଫେରିଥିଲେ । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ୩ଟି ଓ ଟମ ହାର୍ଟଲି ଗୋଟିଏ ୱିକେଟ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.