ସୁରଟର ହୀରା ବ୍ୟବସାୟୀ ଗୋବିନ୍ଦ ଢୋଲକିଆଙ୍କୁ ରାଜ୍ୟସଭା ପଠାଇବ ବିଜେପି, ରାମ ମନ୍ଦିର ପାଇଁ ଦାନ କରିଥିଲେ ୧୧ କୋଟି ଟଙ୍କା

ଗୁଜରାଟର ସୁରଟ ସହର 'ଡାଇମଣ୍ଡ ସିଟି' ନାମରେ ଦେଶ, ଦୁନିଆରେ ଜଣାଶୁଣା । ଏହି ଡାଇମଣ୍ଡ ସିଟିର ହୀରା ବ୍ୟବସାୟୀ ଗୋବିନ୍ଦ ଭାଇ ଢୋଲକିଆଙ୍କୁ ବିଜେପି ରାଜ୍ୟସଭା ପାଇଁ ମନୋନୀତ କରିଛି ।

ଗୁଜରାଟର ସୁରଟ ସହର ‘ଡାଇମଣ୍ଡ ସିଟି’ ନାମରେ ଦେଶ, ଦୁନିଆରେ ଜଣାଶୁଣା । ଏହି ଡାଇମଣ୍ଡ ସିଟିର ହୀରା ବ୍ୟବସାୟୀ ଗୋବିନ୍ଦ ଭାଇ ଢୋଲକିଆଙ୍କୁ ବିଜେପି ରାଜ୍ୟସଭା ପାଇଁ ମନୋନୀତ କରିଛି । ବିଜେପି ଗୁଜରାଟରେ ଖାଲି ହୋଇଥିବା ରାଜ୍ୟସଭାର ୪ଟି ଆସନ ପାଇଁ ଗୋବିନ୍ଦ ଭାଇ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି ।

ସୁରଟ ସମେତ ଅନେକ ଗୁଜରାଟୀ ସାମାଜିକ ସଙ୍ଗଠନ ସହ ଜଡିତ ଢୋଲକିଆ କହିଛନ୍ତି ଯେ ସକାଳ ୧୦ଟାରେ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଗୋବିନ୍ଦ ଭାଇ ଢୋଲକିଆ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଟଙ୍କା ଦାନ କରିଥିଲେ । ସେ ଅନେକ ସାମାଜିକ ସଙ୍ଗଠନ ସହ ମଧ୍ୟ ଜଡିତ ଅଛନ୍ତି । ଗୋବିନ୍ଦ ଭାଇ SRK ଅର୍ଥାତ୍ ଶ୍ରୀ ରାମକୃଷ୍ଣ ଏକ୍ସପୋର୍ଟ ନାମରେ ଡାଇମଣ୍ଡ ବ୍ୟବସାୟ କରନ୍ତି ।

ଗୋବିନ୍ଦ ଭାଇ ଢୋଲକିଆ କହିଛନ୍ତି ଯେ ସେ କେବେ ବି ଭାବି ନ ଥିଲେ କି, ସେ ରାଜନୀତିକୁ ଆସିବେ ଏବଂ ରାଜ୍ୟସଭାକୁ ଯିବେ । ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଏହି ହୀରା ବ୍ୟବସାୟୀ କହିଛନ୍ତି, ୧୫/୧୬ ବର୍ଷ ବୟସରେ ସେ ପାଠପଢ଼ା ଛାଡ଼ି ସୁରଟ ଆସିଥିଲେ । ତାଙ୍କ ବୟସ ଏବେ ୭୪ ବର୍ଷ । ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ପାଖାପାଖି ୪,୮୦୦ କୋଟି ଟଙ୍କା । ତାଙ୍କ କମ୍ପାନୀ ଆମେରିକା, ହଂକଂ, ଥାଇଲାଣ୍ଡ ଓ ଜାପାନ ଆଦି ଦେଶକୁ ହୀରା ରପ୍ତାନି ମଧ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.