Below header

ରାଜ୍ୟର ସାନି ମତଦାନ ଆରମ୍ଭ : ତୃତୀୟ ପର୍ଯ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥରେ ଚାଲିଛି ଭୋଟିଂ

ରାଜ୍ୟର ୧୧ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩୪ଟି ବୁଥରେ ସାନି ମତଦାନ ଆରମ୍ଭ । କଡା ସୁରକ୍ଷା ମଧ୍ୟରେ କଟକର-୫, ସମ୍ବଲପୁରର ଗୋଟିଏ, ପୁରୀର ତିନିଟି, ଢେଙ୍କାନାଳ, କେନ୍ଦୁଝର ଓ ବ୍ରହ୍ମପୁର ଲୋକସଭା ଅଧିନରେ ଗୋଟିଏ ଲେଖାଏଁ, ଯାଜପୁରରେ ୯ଟି, ବାଲେଶ୍ୱରରେ ୨ଟି, ମୟୂରଭଂଜର ୫, କେନ୍ଦ୍ରାପଡ଼ାର ୫ ଓ ଜଗତସିଂହପୁର ଲୋକସଭା ଅଧିନରେ ଗୋଟିଏ ବୁଥରେ ମତଦାନ ଚାଲିଛି । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ ଭୋଟ ଗ୍ରହଣ । ତୃତୀୟ ପର୍ଯ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ୍ରେ ମତଦାନ ବେଳେ ଅନିୟମିତତା ଅଭିଯୋଗ ଆସିଥିଲା । ଏହାପରେ ସଂପୃକ୍ତ ବୁଥରେ ପୁନଃ ମତଦାନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେଇଥିଲେ ।

ମାହାଙ୍ଗାର ୪ଟି ବୁଥ୍ରେ ଆଜି ସାନି ମତଦାନ ହେଉଛି । ମଉଦା ପଞ୍ଚାୟତର ୫୭ ଓ ୫୮ ନମ୍ବର ବୁଥ୍, ନାହାଙ୍ଗର ୧୫୭ ନମ୍ବର ବୁଥ୍ ଏବଂ ଓସଙ୍ଗ ପଞ୍ଚାୟତର ୧୪୪ ନମ୍ବର ବୁଥ୍ରେ ସାନି ମତଦାନ ହେଉଛି । ସମସ୍ତ ବୁଥ୍ରେ ସିସିଟିଭ କ୍ୟାମେରା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାକୁ ତଦାରଖ କରିବା ପାଇଁ କଟକ ଆଡିସନାଲ୍ ଏସ୍ପି ଓ ୫ ଜଣ ଆଇଆଇସିଙ୍କ ସମେତ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.