ଆଜି ଓୟୁଏଟିର ପ୍ରବେଶିକା ପରୀକ୍ଷା, ରାଜ୍ୟର ୨୪ଟି ସହରର ୬୯ଟି କେନ୍ଦ୍ରରେ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍) : ଆଜି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ବିଭିନ୍ନ ମହାବିଦ୍ୟାଳୟର ସ୍ନାତକ ବିଭାଗରେ ନାମ ଲେଖାଇବା ପାଇଁ ହେବ ପ୍ରବେଶିକା ପରୀକ୍ଷା । ଗୋଟିଏ ସିଟିଂ ହେବ ପରୀକ୍ଷା । ସକାଳ ୧୦ ଟା ୩୦ରୁ ଆରମ୍ଭ ହୋଇ ୧୨ ଟା ୩୦ ଯାଏଁ ହେବ । ରାଜ୍ୟର ୨୪ଟି ସହରର ୬୯ଟି କେନ୍ଦ୍ରରେ ୩୮ ହଜାର ୩୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ବାତ୍ୟା ଫୋନି ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷା ତାରିଖ ଘୁଞ୍ଚାଯାଇଥିବା ବେଳେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି । ଯୁକ୍ତ୨ ବିଞ୍ଜାନ ଛାତ୍ରଛାତ୍ରୀ ହିଁ ଏହି ପ୍ରବେଶିକା ପରୀକ୍ଷା ଦେଇପାରିବେ । ୨୦୦ ମାର୍କର ଏହି ପରୀକ୍ଷା ହେବ । କପି ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ପୋଲିସ ମୁତୟନ କରାଯାଇଥିବା ଓୟୁଏଟିର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ବେହେରା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.