ଶେଷ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଲୋକସଭା ଆସନରେ ଭୋଟିଂ, ମୈଦାନରେ ବହୁ କେନ୍ଦ୍ରମନ୍ତ୍ରୀ ଓ ହେଭିୱେଟ

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ୯୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ପଞ୍ଜାବର ସମସ୍ତ ୧୩, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ବିହାର ୮ ସିଟ୍, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ତିନିଟି, ମଧ୍ୟପ୍ରଦେଶର ୮ଟି ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ ଲୋକସଭା ଆସନ ପାଇଁ ଭୋଟିଂ ହେଉଛି । ୬ କୋଟିରୁ ଅଧିକ ମତଦାତା ନିଜ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଉତ୍ତରପ୍ରଦେଶର ୧୩ ଲୋକସଭା ଆସନରେ ହେଉଛି ହାଇଭୋଲଟେଜ୍ ଫାଇଟ୍ । ବାରଣାସୀରୁ ପ୍ରାର୍ଥୀ ଅଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଗୋରଖପୁରରୁ ରବି କିଷନ ଓ ଗାଜିପୁରରୁ ମନ୍ତ୍ରୀ ମନୋଜ ସିହ୍ନା ଲଢୁଛନ୍ତି ।

ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ କଂଗ୍ରେସ, ଆପ୍ ଓ ବିଜେପି-ଅକାଳୀ ମେଣ୍ଟ ମଧ୍ୟରେ ତ୍ରିମୁଖି ଲଢେଇ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଭଟିନ୍ଦାରୁ ଅଛନ୍ତି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ, ଆନନ୍ଦପୁର ସାହିବରୁ କଂଗ୍ରେସର ମନୀଶ ତିୱାରୀ, ଫିରୋଜପୁରରୁ ଅକାଳୀ ଦଳ ମୁଖ୍ୟ ସୁଖବିନ୍ଦର ସିଂହ ବାଦଲ ଓ ଅମୃତସରରୁ କିରଣ ଖୈର । ପଞ୍ଜାବର ଗୁରୁଦାସପୁରରେ ଲଏଢୁଛନ୍ତି ବିଜେପି ପ୍ରାର୍ଥୀ ତଥା ଫିଲ୍ମ ଷ୍ଟାର ସନ୍ନି ଦେଓଲ ।

ସେହିପରି ପାଟନା ସାହିବରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିବା ଶତ୍ରୁଘ୍ନ ସିହ୍ନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.