Below header

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ, ମେୟରଙ୍କ ସହ ଆଲୋଚନା ପରେ ସଫଳ

ଆନ୍ଦୋଳନ ପ୍ରତ୍ୟାହାର କଲେ ରାଜଧାନୀର ସଫେଇ କର୍ମଚାରୀ । ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ । ମେୟରଙ୍କ ବାସଭବନରେ ବସିଥିଲା ବୈଠକ ।

ଭୁବନେଶ୍ୱର (କେନ୍ୟୁଜ): ଆନ୍ଦୋଳନ ପ୍ରତ୍ୟାହାର କଲେ ରାଜଧାନୀର ସଫେଇ କର୍ମଚାରୀ । ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ । ମେୟରଙ୍କ ବାସଭବନରେ ବସିଥିଲା ବୈଠକ । ଆଉ ଏହି ବୈଠକରେ ଆଲୋଚନା ସଫଳ ହେଇଥିବା କହିଛନ୍ତି ସଫେଇ ସଂଘର ସମ୍ପାଦକ । ତେବେ ୨ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ମଙ୍ଗଳବାର ମଧ୍ୟ ମେୟରଙ୍କ ସହ ବୈଠକ କରି ଆଲୋଚନା ହୋଇଥିଲା । ଆଲୋଚନା ସଫଳ ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେବା ସହ ସେମାନଙ୍କ ଦାବି ପୂରଣ ପାଇଁ ବିଏମସି ୩ଦିନ ସମୟ ମାଗିଥିବା କହିଥିଲେ । ୩ଦିନ ମଧ୍ୟରେ ସରକାର ବର୍ଦ୍ଧିତ ଦରମା ନେଇ ଘୋଷଣା କରିବେ ବୋଲି କହିଥିଲେ । ତେବେ ଆଜି ସକାଳୁ ପୁଣି ଆଲୋଚନା ହୋଇଥିଲା ।

ସୂଚନା ଅନୁସାରେ ସଫେଇ କର୍ମଚାରୀଙ୍କ ଦରମା ୯ ହଜାରରୁ ୧୫ ହଜାରକୁ ବୃଦ୍ଧି କରିବା ତାଙ୍କର ପ୍ରଥମ ଦାବି ରହିଥିଲା । ଆବର୍ଜନାକୁ ପୃଥକ ନକରିବା ସହ ପୃଥକୀକରଣ ପାଇଁ ଅନ୍ୟ କର୍ମଚାରୀ ନିଯୁକ୍ତି କରିବା ପାଇଁ ମଧ୍ୟ ସେମାନେ ଦାବି କରିଥିଲେ । ସେପଟେ ବିଏମସି ଏବଂ ସଫେଇ କର୍ମଚାରୀଙ୍କ ଭିତରେ ଚାଲିଥିବା ଛକାପଞ୍ଝା ଭିତରେ ହଇରାଣ ହେଉଥିଲେ ସାଧାରଣ ଜନତା । ବାପୁଜୀ ନଗର, ୟୁନିଟ୍-୨ ମାର୍କେଟ ବିଲଡିଂରେ ଅଳିଆ, ଅଳିଆ, ଆଉ ଖାଲି ଅଳିଆ। ରାସ୍ତା ଉପରେ ହେଉ ବା କଲୋନୀ କିମ୍ବା ମାର୍କେଟ କମ୍ପ୍ଲେକ୍ସ ସାମ୍ନା। ସବୁଠି କୁଢ଼ କୁଢ଼ ଅଳିଆ ଜମା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.