ମଝି ଆକାଶରେ ରୁଷ ବିମାନରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୧୫ ଯାତ୍ରୀ

ଏୟାରକ୍ରାଫ୍ଟ ଇଲୁସିନ-୨ ୭୬ ପଶ୍ଚିମ ରୁଷର ଏକ ଏୟାରବେସରୁ ଉଡାଣ ଭରିଥିଲା । ରୁଷ ରକ୍ଷା ମନ୍ତ୍ରୀଙ୍କ ଅନୁସାରେ ଟେକ୍‌ ଅଫ୍‌ ବେଳେ ଇଞ୍ଜିନରେ ନିଆଁ ଲାଗିଯିବାରୁ ଏଭଳି ଅଘଟଣ ଘଟିଛି । ବିମାନଟି ଉଡାଣ ଭରିବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ଫଳରେ ୧୫ ଜଣ ଜୀବନ୍ତ ଜଳିଯାଇଥିଲେ ।

ରୁଷ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ପାଖାପାଖି ୧୫ ଜଣ ଲୋକ ରହିଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁର୍ଘଟଣା ରୁଷର ରାଧାନୀ ମସ୍କୋର ଉତ୍ତୀ ପୂର୍ବ ଅଞ୍ଚଳ ଇବାନୋଭାରେ ହୋଇଛି ।

ଖବର ମୁତାବକ, ବିମାନଟି ଉଡାଣ ଭରିବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ଫଳରେ ୧୫ ଜଣ ଜୀବନ୍ତ ଜଳିଯାଇଥିଲେ । ଏୟାରକ୍ରାଫ୍ଟ ଇଲୁସିନ-୨ ୭୬ ପଶ୍ଚିମ ରୁଷର ଏକ ଏୟାରବେସରୁ ଉଡାଣ ଭରିଥିଲା । ରୁଷ ରକ୍ଷା ମନ୍ତ୍ରୀଙ୍କ ଅନୁସାରେ ଟେକ୍‌ ଅଫ୍‌ ବେଳେ ଇଞ୍ଜିନରେ ନିଆଁ ଲାଗିଯିବାରୁ ଏଭଳି ଅଘଟଣ ଘଟିଛି ।

ବିମାନରେ ୧୫ ଜଣ ଲୋକଙ୍କ ମଧ୍ୟରେ ୮ ଜଣ କ୍ରୁ ମେମ୍ବର ଏବଂ ୭ ଜଣ ଯାତ୍ରୀ ଥିଲେ । ବିମାନଟିରେ ନିଆଁ ଲାଗିବା ପରେ ଅନିୟନ୍ତ୍ରିତ ହୋଇ ତଳେ ପଡିଯାଇଥିଲା ।

ସୂଚନାଯୋଗ୍ୟ, ଜାନୁଆରୀ ମାସରେ ଏଭଳି ଦୁର୍ଘଟଣା ଘଟିଥିଲା । ରୁଷ ସେବାରIL-76 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟରେ ରୁଷ-ୟୁକ୍ରେନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୬୫ ଲୋକଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ୟୁକ୍ରେନ ବିମାନକୁ ଧ୍ୱଂସ କରିଥିବା ରୁଷ ଅଭିଯୋଗ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.