Below header

୧୫ଦିନରେ ଲିଭିଗଲା ନବବଧୂର ସିନ୍ଦୁର, ପୂର୍ବ ଶତ୍ରୁତା ନେଲା ସ୍ୱାମୀର ଜୀବନ

ରାସ୍ତାଘାଟ ସବୁ ଛିନ୍ ଛତ୍ର । କେଉଁଠି ଘର ପୋଡି ତ କେଉଁଠି କାର୍ ଓଲଟି ପଡିଛି । ଏହି ଉତ୍ତେଜନାର ଚିତ୍ର ବଖାଣୁଛି ଘଟଣା କେତେ ସାଙ୍ଘାତିକ । ମଣିଷର ରାଗ ବ୍ରହ୍ମ ଚଣ୍ଡାଳ । ରାଗରେ ମଷିଣ କଣ କରେ ସେ ନିଜେ ବୁଝିପାରେନି । ତା ବୋଲି କଣ ଜାଣି ଶୁଣି ଜଣଙ୍କୁ ଜୀବନରୁ ମାରି ଦେବ । ଏଇତ ୧୫ ଦିନ ହେବ ବାହାଘର ହୋଇଥିଲା । ହେଲେ ନବବଧୂ ମଥାରୁ ସିନ୍ଦୁ ଲିଭିଗଲା, ତା ହାତରୁ ଶଙ୍ଖା ଭାଙ୍ଗିଗଲା ।

ମୋହନା(କେନ୍ୟୁଜ): ରାସ୍ତାଘାଟ ସବୁ ଛିନ୍ ଛତ୍ର । କେଉଁଠି ଘର ପୋଡି ତ କେଉଁଠି କାର୍ ଓଲଟି ପଡିଛି । ଏହି ଉତ୍ତେଜନାର ଚିତ୍ର ବଖାଣୁଛି ଘଟଣା କେତେ ସାଙ୍ଘାତିକ । ମଣିଷର ରାଗ ବ୍ରହ୍ମ ଚଣ୍ଡାଳ । ରାଗରେ ମଷିଣ କଣ କରେ ସେ ନିଜେ ବୁଝିପାରେନି । ତା ବେୋଲି କଣ ଜାଣି ଶୁଣି ଜଣଙ୍କୁ ଜୀବନରୁ ମାରି ଦେବ । ଏଇତ ୧୫ ଦିନ ହେବ ବାହାଘର ହୋଇଥିଲା । ହେଲେ ନବବଧୂ ମଥାରୁ ସିନ୍ଦୁ ଲିଭିଗଲା, ତା ହାତରୁ ଶଙ୍ଖା ଭାଙ୍ଗିଗଲା ।

ଏଭଳି ଏକ ଅଭାବଦୀୟ ଘଟଣା ଏବେ ମସଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ପୂର୍ବ ଶତ୍ରୁତାକୁ ନେଇ ଥିବା ରାଗ, ବିବାହ ଶୋଭାଯାତ୍ରାବେଳେ ସୁଝାଇଲା ଅଭିଯୁକ୍ତ । ବିବାହ ଶୋଭାଯାତ୍ରା ସମୟରେ ଘଟିଲା ଅଘଟଣ। ବରଯାତ୍ରୀରେ ଯିବା ସମୟରେ ଯୁବକଙ୍କୁ ଛୁରାମାଡ଼ ।

ଆଉ ଏହି ଛୁରାମାଡ଼ରେ ଉଡିଗଲା ଯୁବକଙ୍କ ପ୍ରାଣବାୟୁ । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ଛୁରାମାଡ଼ରେ ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି । ମୃତ ଯୁବକ ଚନ୍ଦ୍ରଗିରିର ପ୍ରଶାନ୍ତ ପ୍ରଧାନ । ମାତ୍ର ୧୫ଦିନ ତଳେ ବିବାହ କରିଥିଲେ ପ୍ରଶାନ୍ତ । କେଉଁ ଘଟଣାକୁ ନେଇ ଏହି କାଣ୍ଡ ଘଟାଇଛି ଅଭିଯୁକ୍ତ ତାହା ସ୍ପଷ୍ଟ  ଭାବେ ବା ସୂଚନା ମିଳିନାହିଁ ।

ଅନ୍ୟପଟେ ଏହି ଘଟଣାପରେ ଅଭିଯୁକ୍ତ ଶ୍ରୀହରିର ଘରକୁ ଜାଳି ଦେବା ସହ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ନ୍ୟାୟ ଦାବିରେ ମୃତକଙ୍କ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ସଭିଏଁ ଏକାଠି ହୋଇଛନ୍ତି । ଗାଁରେ ଉତ୍ତେଜନା ଲାଗି ରହିଛି । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

ଏପଟେ ସୂଚନା ମିଳିଛି କି, ଛୁରାମାଡ଼ କରିଥିବା ଅଭିଯୁକ୍ତ ଶ୍ରୀହରି ପ୍ରଧାନକୁ ଗିରଫ କରିଛି ପୋଲିସ୍ । ମୋହନା ଓ ଆର୍ ଉଦୟିଗିରି ତହସିଲଦାର ରାସ୍ତା ଅବରୋଧ ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ପୋଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହିଭଳି ଦୁଃଖଦ ଘଟଣା ପରେ ନବବଧୂଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ, ଦୋଷୀ କୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.