ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ପାଇଁ ୪୬୦୦୦ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ବିହାର ଲୋକ ସେବା ଆୟୋଗ ପକ୍ଷରୁ ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ପଦବୀରେ ଭର୍ତ୍ତି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଠାରେ ୪୬୦୦୦ ପଦବୀରେ ଭର୍ତ୍ତି ହେବ । ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୨, ୨୦୨୪ ରହିଛି ।

ବିହାର ଲୋକ ସେବା ଆୟୋଗ ପକ୍ଷରୁ ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ପଦବୀରେ ଭର୍ତ୍ତି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଠାରେ ୪୬୦୦୦ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ବିପିଏସସର ଅଫିସିଆଲ ସାଇଟ bpsc.bih.nic.inମାଧ୍ୟମରେ ୨ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୬,୦୦୦

ପ୍ରଧାନ ଶିକ୍ଷକ : ୪୦,୨୪୭
ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ବିଭାଗ : ୬,୦୬୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୨, ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ୫୦ ପ୍ରତିଶତ ନମ୍ବର ସହିତ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ । ଏହାଛଡା D.El.Ed, B.T, B.Ed., B.A.Ed, B.Sc.Ed ଏବଂ B.L.Ed କରିଥିବା ଜରୁରୀ । ଏହାସହିତ ଶିକ୍ଷକତା ପରୀକ୍ଷା ପାସ୍‌ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ସାମାନ୍ୟ ବର୍ଗ ପାଇଁ ୭୫୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନୁସୂଚିତ ଜାତି, ଜନଜାତି ପ୍ରାର୍ଥୀଙ୍କ ୨୦୦ ଟଙ୍କା ଦେବାକୁ ହେବ । ମହିଳାମାନେ ୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

BPSC ର ଅଫିସିଆଲ ୱେବସାଇଟ bpsc.bih.nic.in କୁ ଯାଆନ୍ତୁ ।
ହୋମପଜେରେ ଅନଲାଇନ ଟାବରେ ଆବେଦନ କରନ୍ତୁ ।
ରେଜିଷ୍ଟ୍ରେସନ କରନ୍ତୁ ଏବଂ ଆପ୍ଲିକେସନ ଫର୍ମ ଭରନ୍ତୁ ।
ଏହାପରେ ଶୁଳ୍କ ଜମା କରି ସବମିଟ୍‌ କରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.