ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା, ଗାଁ ନିକଟରୁ ମୃତଦେହ ଉଦ୍ଧାର

ଯୁବକଙ୍କ ଗଳା କାଟି ହତ୍ୟା । ଗାଁ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଲମଟି ଗାଁର ଦେବାନନ୍ଦ ସୁନ୍ୟାନି ।

ସୁନ୍ଦରଗଡ଼ (କେନ୍ୟୁଜ): ଯୁବକଙ୍କ ଗଳା କାଟି ହତ୍ୟା । ଗାଁ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଲମଟି ଗାଁର ଦେବାନନ୍ଦ ସୁନ୍ୟାନି । ଏକ ଦାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଧାରୁଆଡିହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ କିଏ ଓ କଣ ପାଇଁ ହତ୍ୟା କଲା କାରଣ ଜଣାପଡିନି । ଆଜି ସକାଳେ ସ୍କୁଲ ନିକଟରେ ଦେବାନନ୍ଦଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.