ICC ପ୍ଲେୟାର ଅଫ ଦ ମନ୍ଥ ହେଲେ ଯଶସ୍ୱୀ ଜୟସ୍ୱାଲ, ଇଂଲଣ୍ଡକୁ ଦେଇଥିଲେ ମାତ୍‌

ଆଇସିସି ଫେବୃଆରୀ ମାସ ପାଇଁ ୨୨ ବର୍ଷୀୟ ଯଶସ୍ୱୀ ଜୟସ୍ୱାଲଙ୍କୁ ଆଇସିସି ପ୍ଲେୟାର ଅଫ ଦ ମନ୍ଥ ଆଓ୍ଵାର୍ଡ ମିଳିଛି । ଯଶସ୍ୱୀ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ମ୍ୟାଚରେ ୭୧୨ ରନ୍‌ କରିଥିଲେ । ଏହି ସିରିଜରେ ଲଗାତାର ଦ୍ୱିଶତକ ମଧ୍ୟ କରିଥିଲେ ।

ଇଂଲଣ୍ଡକୁ ଟେଷ୍ଟ ସିରିଜରେ ଧୂଳି ଚଟାଇଥିବା ଯୁବ ଭାରତୀୟ ଖେଳାଳିଙ୍କୁ ମିଳିଛି ଆଇସିସି ପ୍ଲେୟାର ଅଫ ଦ ମନ୍ଥ । ଯଶସ୍ୱୀ ଜୟସ୍ୱାଲଙ୍କୁ ଏହି ଆଓ୍ଵାର୍ଡ ମିଳିଛି । ଆଇସିସି ଫେବୃଆରୀ ମାସ ପାଇଁ ୨୨ ବର୍ଷୀୟ ଯଶସ୍ୱୀ ଜୟସ୍ୱାଲଙ୍କୁ ଏହି ଆଓ୍ଵାର୍ଡ ପ୍ରଦାନ କରିଛି । ଯଶସ୍ୱୀ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ମ୍ୟାଚରେ ୭୧୨ ରନ୍‌ କରିଥିଲେ । ଏହି ସିରିଜରେ ଲଗାତାର ଦ୍ୱିଶତକ ମଧ୍ୟ କରିଥିଲେ । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ସେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଥିଲେ।

ଯଶସ୍ୱୀଙ୍କୁ ଫେବୃଆରୀ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାରରେ ଆଇସିସି ସମ୍ମାନିତ କରିଛି । ମାସିକ ଶ୍ରେଷ୍ଠ ପୁରସ୍କାର ପାଇବା ଦୌଡ଼ରେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଓ ଶ୍ରୀଲଙ୍କାର ପଥୁମ ନିଶାଙ୍କା ରହିଥିଲେ । ଏମାନଙ୍କୁ ମାତ୍‌ ଦେଇ ଯଶସ୍ୱୀ ଏହି ପୁରସ୍କାର ଜିତିଛନ୍ତି ।

ଯଶସ୍ୱୀ କହିଛନ୍ତି, “ଆଇସିସି ଆୱାର୍ଡ ପାଇ ମୁଁ ବହୁତ ଖୁସି । ଭବିଷ୍ୟତରେ ମୁଁ ଆହୁରି ପୁରସ୍କାର ଜିତିବି ବୋଲି ଆଶା ରଖିଛି ।

ଯଶସ୍ୱୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ଟେଷ୍ଟ କ୍ୟାରିଅରରେ ୧୦୦୦ ରନ୍‌ ପୂରଣ କରିଛନ୍ତି । ବିନୋଦ କାମ୍ବଲିଙ୍କ ପରେ ସବୁଠାରୁ ଦ୍ରୁତ ୧୦୦୦ ଟେଷ୍ଟ ରନ୍‌ କରିଥିବା ଭାରତୀୟ ବ୍ୟାଟର । ସୁନୀଲ ଗାଭାସ୍କରଙ୍କ ପରେ ଗୋଟିଏ ଟେଷ୍ଟ ସିରିଜରେ ସବୁଠାରୁ ଅଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ ହୋଇଛନ୍ତି ଯଶସ୍ୱୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.