ପୋଲ ଉପରେ ଝୁଲିଛି ଆମ୍ବୁଲାନ୍ସ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ପୋଲ ଉପରେ ଝୁଲିଲା ଆମ୍ବୁଲାନ୍ସ । ରୋଗୀ ଆଣିବାକୁ ଯିବାବେଳେ ଅଘଟଣ। ୧୯ ନଂ ରାଜ୍ୟ ରାଜପଥ ଶେରଗଡ଼ - ଝରଣାଘାଟି ରାସ୍ତା ପାନବରଜ ନିକଟରେ ଅର୍ଦ୍ଧନିର୍ମିତ ପୋଲ ଉପରେ ଚଢ଼ିଗଲା ଜନନୀ ଏକ୍ସପ୍ରେସ। ବ୍ୟାରିକେଡ ଭାଙ୍ଗି କଲଭର୍ଟ ଉପରେ ଝୁଲିଛି ଆମ୍ବୁଲାନ୍ସ ।

ନୀଳଗିରି (କେନ୍ୟୁଜ): ପୋଲ ଉପରେ ଝୁଲିଲା ଆମ୍ବୁଲାନ୍ସ । ରୋଗୀ ଆଣିବାକୁ ଯିବାବେଳେ ଅଘଟଣ । ୧୯ ନଂ ରାଜ୍ୟ ରାଜପଥ ଶେରଗଡ଼ – ଝରଣାଘାଟି ରାସ୍ତା ପାନବରଜ ନିକଟରେ ଅର୍ଦ୍ଧନିର୍ମିତ ପୋଲ ଉପରେ ଚଢ଼ିଗଲା ଜନନୀ ଏକ୍ସପ୍ରେସ । ବ୍ୟାରିକେଡ ଭାଙ୍ଗି କଲଭର୍ଟ ଉପରେ ଝୁଲିଛି ଆମ୍ବୁଲାନ୍ସ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜନନୀ ଏକ୍ସପ୍ରେସ ରୋଗୀ ଆଣିବାକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆମ୍ବୁଲାନ୍ସ ଡ୍ରାଇଭରର ଦାୟିତ୍ବହୀନତା ପାଇଁ ଏପରି ଘଟି ଥିବା କୁହାଯାଉଛି । ତେବେ ଆମ୍ବୁଲାନ୍ସ ପୋଲରୁ ତଳକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.