ସରଗି ଫୁଲ ମହୋତ୍ସବ -୨୦୧୮ ଉଦଘାଟିତ : ଯୋଗଦେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ଛାତ୍ରଛାତ୍ରୀ

ସରଗି ଫୁଲ ମହୋତ୍ସବ -୨୦୧୮ ଉଦ୍ଘାଟିତ ହୋଇଛି। ତାସହ ଆଦିବାସୀ ହାଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ୩ ଦିନ ଧିର ଚାଲିବ ଏହି କାଯ୍ୟକ୍ରମ ।

ସରଗିଫୁଲ ମହୋତ୍ସବ -୨୦୧୮କୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା ସହ ବିଜ୍ଞାନମେଳା କାର‌୍ୟ୍ୟକ୍ରମକୁ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ଓ ସେବାଶ୍ରମରୁ ୯୨୫ ଛାତ୍ରଛାତ୍ରୀଙ୍କ ସହ ୧୪୨ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଯୋଗ ଦେଇଛନ୍ତି।

sargi

ଆଦିବାସୀ ପଡିଆରେ ଆଦିବାସୀ ହାଟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପ୍ରର୍ଯ୍ୟାୟରେ ୪ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ସୂଚନା ଦେଇଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ରମେଶ ମାଝୀ। ୨୦୧୮ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

Leave A Reply

Your email address will not be published.