୨୨ ବର୍ଷ ପରେ ଜମ୍ମୁ କଶ୍ମୀରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ : ୨୨ ବର୍ଷ ପରେ ଜମ୍ମୁ କଶ୍ମୀରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ରାଜ୍ୟପାଳଙ୍କ ରିପୋର୍ଟକୁ ଭିତ୍ତି କରି କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ । ଆଜି ଏହା ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି । ଏହା ପୂର୍ବରୁ ୧୯୯୦ରୁ ୧୯୯୬ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା । ଏବେ ପୁଣି ଥରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏହା ପରେ ସମସ୍ତ ଅଧିକାର ସଂସଦ ପାଖରେ ରହିବ ।

JAMMU KASHMIR MAP
ଗତ ଜୁନ୍‌ ମାସରେ ବିଜେପି ସମର୍ଥନ ପ୍ରତ୍ୟାହାର କରି ନେବାରୁ ମେହବୁବା ମୁଫତି ସରକାର ଭାଙ୍ଗି ଯାଇଥିଲା । ନଭେମ୍ବର ୨୧ ତାରିଖରେ ବିଧାନସଭା ଭଙ୍ଗା କରାଯାଇଥିଲା । ଏହା ପରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା । ଯାହାର ଅବଧି ଆଜି ଶେଷ ହୋଇଛି ।

Leave A Reply

Your email address will not be published.