Below header

କିସ୍ ପରିଦର୍ଶନ କଲେ ଆମେରିକା ରାଷ୍ଟ୍ରଦୂତ କେନିଥ୍ ଆଇ ଜଷ୍ଟର, ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ

ଭୁବନେଶ୍ବର (କେନ୍ଯୁଜ୍) : କିସ୍‌ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନିଥ୍‌ ଆଇ ଜଷ୍ଟର । କ୍ୟାମ୍ପସ୍‌ ପରିସରରେ ତାଙ୍କୁ ଦିଆଯାଇଥିଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା । କିସ୍‌ର ବିଭିନ୍ନ ବିଭାଗ ସେ ବୁଲି ଦେଖିବା ସହ ୨୭ ହଜାର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । କେନିଥ୍‌ କହିଛନ୍ତି, ଜନଜାତି ପିଲାମାନଙ୍କୁ କିସ୍‌ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏକ ପ୍ରଭାବଶାଳୀ ଓ ଗୁରୁତ୍ୱପୂର୍ଣ୍ଣ ଉପଲବ୍‌ଧି । ଏହା ଓଡ଼ିଶାର ଜନଜାତି ସମ୍ପ୍ରଦାୟ ମଧ୍ୟରେ ଏକ ସକାରାତ୍ମକ ପ୍ରଭାବ ପକାଇ ପାରିଛି । ଏଭଳି ଅନୁଷ୍ଠାନ କରିଥିବାରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି କେନିଥ୍‌ ଆଇ ଜଷ୍ଟର । ପରେ କିଟ୍‌ ଓ କିସ୍‌ ହକି ଷ୍ଟାଡିୟମ୍‌କୁ ସେ ଉଦଘାଟନ କରିଥିଲେ ।

keinth

କିସ୍‌ ପରିସରରେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନିଥ୍‌ ଆଇ ଜଷ୍ଟର । କ୍ୟାମ୍ପସରେ ପହଞ୍ଚିବା ପରେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ । ଏହାପରେ ତାଙ୍କୁ ପାଛୋଟି ନିଆଯାଇଥିଲା କ୍ୟାମ୍ପସ ଭିତରକୁ । ନୃତ୍ୟ ଗୀତ ମାଧ୍ୟମରେ ଛାତ୍ରଛାତ୍ରୀ ବିପୁଳ ସ୍ୱାଗତ କରିଥିଲେ । କିସ୍‌ ଛାତ୍ରଛାତ୍ରୀଙ୍କ ଲୋକନୃତ୍ୟ ଓ ବାଦ୍ୟକୁ କେନିଥ୍‌ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପିଲାଙ୍କ ନୃତ୍ୟ ତାଙ୍କୁ ଏତେ ପ୍ରଭାବିତ କରିଥିଲେ ଯେ, ନିଜ ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରିଥିଲେ କେନିଥ୍‌ । କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରିଥିଲେ । ଏହାପରେ କିସ୍‌ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ କେନିଥ୍‌ ।

kiss kenith

ଛାତ୍ରଛାତ୍ରୀଙ୍କ ସହ ବିତାଇଥିଲେ କିଛି ମୁହୂର୍ତ୍ତ । ଭାବ ବିନିମୟ କରିଥିଲେ । ଗୋଟିଏ ସ୍ଥାନରେ ୨୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢୁଥିବାରୁ ଆଶ୍ଚର୍ଯ୍ୟଚକିତ ହୋଇଥିଲେ କେନିଥ୍‌ ଆଇ ଜଷ୍ଟର । ସେ କହିଛନ୍ତି, କିସ୍‌ ପିଲାମାନଙ୍କର ପ୍ରତିଭା ଓ ଉତ୍ସାହ ତାଙ୍କୁ ପ୍ରଭାବିତ କରିଛି । ଏଭଳି ଅନୁଷ୍ଠାନ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି । କେନିଥ୍‌ କହିଛନ୍ତି, କିସ୍‌ ସହଭାଗିତାରେ ଦୀର୍ଘ ସ୍ଥାୟୀ ଇଂଲିଶ ଆକ୍ସେସ ପ୍ରୋଗ୍ରାମ ଚାଲୁ ରହିଛି । ଏହାଦ୍ୱାରା ଶତାଧିକ କିସ୍‌ ଛାତ୍ରଛାତ୍ରୀ ଉପକୃତ ହୋଇ ପାରୁଛନ୍ତି । ସେହିପରି ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ପାଇଁ ଖୁସି ପ୍ରକାଶ କରିଛନ୍ତି ଡକ୍ଟର ସାମନ୍ତ ।

kenith 3

କ୍ୟାମ୍ପସ ପରିଦର୍ଶନ କରିବା ପରେ କିସ୍‌ ଓ କିଟ୍‌ ହକି ଷ୍ଟାଡିୟମ୍‌ ଯାଇଥିଲେ କେନିଥ୍‌ ଆଇ ଜଷ୍ଟର । ହକି ଷ୍ଟାଡିୟମ୍‌କୁ ସେ ଉଦଘାଟନ କରିଥିଲେ । ଏହାସହ ଷ୍ଟାଡିୟମରେ କିଛି ସମୟ ବିତାଇଥିଲେ । କିସ୍‌ ଭଳି ଅନୁଷ୍ଠାନକୁ କେନିଥ୍‌ ଆଇ ଜଷ୍ଟର ଭୂରି ଭୂରି ପ୍ରଶଂସା କରିଛନ୍ତି । କ୍ୟାମ୍ପସରେ ଶୈଖିକ ବାତାବରଣ ଓ ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଆନୁସଙ୍ଗିକ ବ୍ୟବସ୍ଥା ତାଙ୍କୁ ପ୍ରଭାବିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.