Below header

ବିଭୂତି ନିଅ ଭୋଟ ଦିଅ…ମୋତେ ସରପଞ୍ଚ କରିଦିଅ, ଏମିତି ଚାଲିଛି କେଶବ ବାବାଙ୍କ ପ୍ରଚାର

କେନ୍ଦ୍ରାପଡା(କେନ୍ଯୁଜ୍): ବିଭୂତି ନିଅ ଭୋଟ ଦିଅ। ମୋତେ ସରପଞ୍ଚ କରିଦିଅ। ମୁଁ ପଂଚାୟତର ଉନ୍ନତି କରିବି। ପଂଚାୟତ ନିର୍ବାଚନରେ ସରପଞ୍ଚ ପ୍ରାଥି ହୋଇଛନ୍ତି ଜଣେ ବାବା। ଗାଁ ଗାଁ ବୁଲି ଏମିତି କହୁଛନ୍ତି। ଭୋଟ ନେବା ପାଇଁ ଏବେ ଅନେକ ତରିକା ଦେଖିବାକୁ ମିଳୁଛି।

ଗାଁରେ ଘର ଘର ବୁଲି ବିଭୂତି ବାଣ୍ଟୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ବାରୁଓ ପଂଚାୟତର କେଶବ ବାବା। ସେ ସାଇ ବାବାଙ୍କ ଭକ୍ତ। ବହୁ ସମୟରେ ବିଭିନ୍ନ ଅଞ୍ଚଳରେ ବୁଲି ଆଧ୍ୟାତ୍ମକ କଥା କହୁଥିଲେ।
ତାଙ୍କର ପ୍ରକୃତ ନାମ କେଶବ ପ୍ରଧାନ। ସେ କେଶବ ବାବା ଭାବରେ ପରିଚିତ ଥିବାରୁ ପୋଷ୍ଟରରେ ବି କେଶବ ବାବା ଲେଖିଛନ୍ତି।

ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଖୋଲା ବହି ଚିହ୍ନ ପାଇଛନ୍ତି। ବାରୁଅ ପଂଚାୟତର ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି।  ୟୁପିର ଯୋଗୀ ଅଦିତ୍ୟନାଥଙ୍କୁ ଆଦର୍ଶ କରିଥିବା ସେ କହିଛନ୍ତି। ବାବାଙ୍କ ବିଭୂତି ବଣ୍ଟା ଓ ଭୋଟ ଭିକ୍ଷା କୁ ଗାଁ ଲୋକେ ମଧ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳୁଛି। କେଶବ ବାବା ଏହି ବାରୁଅ ପଂଚାୟତର ଲୋକ। ପିଲା ବେଳୁ ଲୋକେ ତାଙ୍କୁ ଦେଖିଛନ୍ତି। ଭୁଲ ମନ୍ତ୍ର ତନ୍ତ୍ର କରିନଥିବା ବାରୁଅ ବାସୀଙ୍କ ବିଶ୍ୱାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.