Below header

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ: କାହିଁକି ଋଷଭ ପନ୍ତ କରିଥିଲେ ଓପନିଂ, ଉତ୍ତର ଦେଲେ ରୋହିତ ଶର୍ମା

ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯାଇଥିବା ଭାରତ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଦିନିକିଆକୁ ଟିମ୍‌ ଇଣ୍ଡିଆ ୪୪ ରନରେ ଜିତିଥିଲା। ଏହା ସହିତ ୨-୦ ରେ ସିରିଜ ଉପରେ କବଜା କରିଛି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚରେ ଋଷଭ ପନ୍ତ ଏବଂ ରୋହିତ ଶର୍ମା ଓପନିଂ କରିବାକୁ ଆସିଥିଲେ। ଫଳରେ ଏବେ କ୍ରିକେଟ ସମୀକ୍ଷକମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ଋଷଭ ପନ୍ତ କାହିଁକି ଓପନ୍‌ କଲେ । ଗତକାଲି ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଋଷଭ ପନ୍ତ ଓପନ କରିଥିଲେ । ଯାହାକୁ ସହଜରେ କେହି ଗ୍ରହଣ କରିପାରିନଥିଲେ । ଋଷଭ ପନ୍ତଙ୍କୁ କାହିଁକି ଓପନ କରିବାକୁ ସୁଯୋଗ ଦେଲେ ଅଧିନାୟକ ରୋହିତ ଶର୍ମା, ତାକୁ ନେଇ ଚର୍ଚ୍ଚା ହୋଇଥିଲା ।

ଏହାପରେ ଏହାର ଜବାବ ଦେଇଛନ୍ତି କ୍ୟାପଟେନ ରୋହିତ ଶର୍ମା । ସେ କହିଛନ୍ତି ଏହା ଏକ ପରୀକ୍ଷା ଥିଲା । ଏହା ସ୍ଥାୟୀ ନୁହେଁ । ଲମ୍ବା ସମୟକୁ ଲକ୍ଷ୍ୟରେ ରଖି ଏଭଳି ପରୀକ୍ଷା କରାଯାଉଛି । ଟିମ୍‌ ନୂଆ ଯୋଡ଼ିଦାର ଲକ୍ଷ୍ୟରେ ରହିଛି । ୨୦୨୩ ବିଶ୍ୱକପ ପୂର୍ବରୁ ବ୍ୟାଟିଂ ଅର୍ଡରକୁ ନେଇ ପରୀକ୍ଷା କରାଯାଉଛି । ଏହି ସମୟରେ ଗୋଟିଏ ଦୁଇଟି ମ୍ୟାଚ ହାରିବାର ସମ୍ଭାବନା ମଧ୍ୟ ରହିଛି । ହେଲେବି ଦଳରେ କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ରୋହିତ ଶର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.