ସ୍କୁଲ ପିଲାଙ୍କୁ ବନ୍ଦୀ କଲେ ୟାମି ଗୌତମ, ରିଲିଜ ହେଲା ଫିଲ୍ମ ‘ଏ ଥର୍ସଡେ’ ଟ୍ରେଲର

ୟାମିଙ୍କ ଗୌତମଙ୍କ ଆଗାମୀ ଫିଲ୍ମ ‘ଏ ଥର୍ସ ଡେ’ ର ଟ୍ରେଲର ରିଲିଜ୍ ହୋଇଛି।। ଏହି ଟ୍ରେଲର ଦେଖି ଦର୍ଶକ ୟାମିଙ୍କୁ ଖୁବ୍ ପ୍ରଂଶସା କରିଛନ୍ତି । କିନ୍ତୁ ଫିଲ୍ମର ଟ୍ରେଲରରେ ସସ୍ପେନ୍ସ ରହିଛି, ଯାହାକି ସଂପୂର୍ଣ୍ଣ ଫିଲ୍ମ ଦେଖିଲେ ଜଣା ପଡ଼ିବ।

A Thursday
Picture Credit – Instagram

 

 

View this post on Instagram

 

A post shared by Yami Gautam Dhar (@yamigautam)


ୟାମିଙ୍କ ଫିଲ୍ମ ‘ଏ ଥର୍ସ ଡେ’ ଡିଜ୍ନି ପ୍ଲସ ହଟଷ୍ଟାରରେ ଫେବୃଆରୀ ୧୭ ତାରିଖରେ ରିଲିଜ ହେବ। ଏଥିରେ ୟାମି ପ୍ରଥମ ଥର ପାଇଁ ଟେରୋରିଷ୍ଟ ଖଳନାୟିକା ଭାବେ ଅଭିନୟ କରିଛନ୍ତି। ଏହି ସସ୍ପେନ୍ସ ଓ ଥ୍ରିଲର ଫିଲ୍ମରେ ତାଙ୍କୁ ଜଣେ ସ୍କୁଲ୍ ଶିକ୍ଷୟତ୍ରୀ ଭାବେ ନୈନା ଭୂମିକାରେ ଦେଖିବାକୁ ମିଳିବ।

 

 

View this post on Instagram

 

A post shared by Disney+ Hotstar (@disneyplushotstar)

ଯିଏକି ପାଠ ପଢ଼ାଉଥିବା ବେଳେ ଛୋଟ ଛୋଟ ପିଲାଙ୍କୁ ବନ୍ଦୀ କରି ରଖିଛନ୍ତି। ପିଲାଙ୍କୁ ଛାଡ଼ିବା ପାଇଁ ଓ ତାଙ୍କ ସେଫ୍ଟି ବଦଳରେ ପୋଲିସ ଓ ସରକାରଙ୍କୁ ତାଙ୍କ ମାଗୁଛନ୍ତି। ତେବେ ନୈନାଙ୍କୁ ତାଙ୍କ ପରିବାର ଲୋକ ପାଗଳ ବୋଲି ମଧ୍ୟ କହିଛନ୍ତି। ଫିଲ୍ମର ଟ୍ରେଲର ଦେଖି ଫିଲ୍ମ ଦେଖିବା ପାଇଁ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି। ଏହି ଫିଲ୍ମରେ ୟାମିଙ୍କ ଛଡା ନେହା ଧୁପିଆ, ଡିମ୍ପଲ୍ କପାଡ଼ିଆ ଓ ଅତୁଲ କୁଲକର୍ଣିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବେହଜାଦ ଖାମ୍ବାତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.