Below header

ଆଗାମୀ ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା, ଇଭିଏମ୍‌ ମାଧ୍ଯମରେ ନିଆଯିବ ଭୋଟ

ଭୁବନେଶ୍ବର(କେନ୍ଯୁଜ୍):ଆଗାମୀ ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା । ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଛି ।

୩ ମହାନଗର ନିଗମ, ୧୦୭ ମ୍ୟୁନିସିପାଲଟି ଓ ଏନଏସି ପାଇଁ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏ ବାବଦରେ ରାଜନୈତିକ ଦଳଗୁଡ଼ିକ ସହ କମିଶନର ଆଲୋଚନା କରିଛନ୍ତି । ଆଗାମୀ ପୌର ନିର୍ବାଚନରେ କର୍ପୋରେଟର ଓ କାଉନସିଲଙ୍କ ପାଇଁ ଭୋଟ ଇଭିଏମ୍‌ରେ ନିଆଯିବ ।

ପ୍ରତି ବୁଥ୍‌କୁ ଦୁଇଟି ଲେଖାଏ ଇଭିଏମ ଯୋଗାଇଦିଆଯିବ । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁଯାୟୀ ହେବ । ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ । ନୂଆ କରି ସତ୍ୟପାଠ ଦାଖଲ ପାଇଁ ବାଧ୍ୟତାମୂଳକ କରାଯାଇଛିି । ସତ୍ୟପାଠ ଦାଖଲ ନକଲେ ପ୍ରାର୍ଥିପତ୍ର ଖାରଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.