ଫିଲ୍ମ ‘ଗହରାଇୟାଁ’କୁ ଦେଖିପାରିବେ ନାହିଁ ୧୮ ବର୍ଷରୁ କମ୍ ବୟସର ପିଲା, ଜାଣନ୍ତୁ କାହିଁକି

କିଛି ଦିନ ପୂର୍ବରୁ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚର୍ତୁଭେଦୀ ଓ ଧୈ୍ରୟା କରଓା୍ଵଙ୍କର ଏକ ବଲିଉଡ ବୋଲ୍ଡ ଫିଲ୍ମ ‘ଗହରାଇୟାଁ’ର ଟେଲର ରିଲିଜ୍‌ ହୋଇଛି। ଏହି ଟେଲର ଆସିବା ପରେ ଫ୍ୟାନ୍ସ ମାନେ ଫିଲ୍ମର ଅନେକ କିସ୍‌ ସିନ୍‌ ଓ ବୋଲ୍ଡ ସିନ୍‌ ବିଷୟରେ ଚର୍ଚ୍ଚା କରୁଛନ୍ତି। ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଏହି ଫିଲ୍ମରେ ବୋଲ୍ଡ ସିନ୍‌ ଅଧିକ ଥିବାରୁ ,ଏହାକୁ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ହିଁ ଦେଖିପାରିବେ। ଏହି ଫିଲ୍ମକୁ ସେଣ୍ଟ୍ରାଲ୍‌ ବୋର୍ଡ ଅଫ ସାର୍ଟିଫିକେସନ୍‌ (ସିବିଏଫସି)ଦ୍ୱାରା ‘A ‘ଗ୍ରେଡ଼ ସାର୍ଟିଫିକେଟ୍‌ ମିଳିଛି।

ଏହି ଫିଲ୍ମକୁ ମିଳିଥିବା ପ୍ରମାଣ ପତ୍ରର ଅଫିସିଆଲ କପି ଅନୁଯାୟୀ, ଗୋଟିଏ କଟ୍‌ରେ ଫିଲ୍ମକୁ ସଫଳତା ମିଳିଛି। ଫିଲ୍ମର ସାର୍ଟିଫିକେଟ୍‌ କପିରେ ଦର୍ଶାଯାଇଛି, ଏହି ଫିଲ୍ମକୁ ଦେଖିବା ପରେ ନିର୍ବାଚନ ଆୟୋଗ ଦ୍ୱାରା ଲଗାଯାଇଥିବା କିଛି ସଂଶୋଧନ ଏବଂ ଆରାମ ପାଇଁ ଅନୁସଦ୍ଧାନ କମିଟି ସୁପାରିଶ୍‌ କରିଛି। ଏହି ଫିଲ୍ମକୁ ଏ ସାର୍ଟିଫିକେଟ୍‌ ସହ ସବୁଜ ସଙ୍କେତ ମିଳିଛି। ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଏହି ବୋଲ୍ଡ ଫିଲ୍ମଟି ଜଟିଳ ସଂପର୍କ ଉପରେ ଆଧରିତ। ଫିଲ୍ମଟି ୧୧ ଫେବ୍ରୁଆରୀରେ OTTରେ ରିଲିଜ୍‌ ହେବାକୁ ଯାଉଛି।

ଇଣ୍ଟିମେଣ୍ଟ ଡାଇରେକ୍ଟରଙ୍କ ସାହାଯ୍ୟରେ ଫିଲ୍ମର ଲଭ୍‌ ମେକିଙ୍ଗ ସିନ୍‌ ସୁଟିଙ୍ଗ କରାଯାଇଥିଲା । ବଲିଉଡ୍‌ରେ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ। ଫିଲ୍ମର ଅନ୍ୟ ପ୍ରସଙ୍ଗ ଅପେକ୍ଷା ଏହାର ବୋଲ୍ଡ ସିନ୍‌ ଉପରେ ଅଧିକ ଚର୍ଚ୍ଚା କରାଯିବ ବୋଲି ଶକୁନ ବତ୍ରା କହିଛନ୍ତି। ଏହା ସମ୍ପୂର୍ଣ୍ଣ ସତ୍ୟ ଯେ ଏଥିରେ ବୋଲ୍ଡ ସିନ୍‌ ଅଧିକ ରହିଛି କିନ୍ତୁ ଏହି ପ୍ରସଙ୍ଗରେ ଅଧିକ ଚର୍ଚ୍ଚା ନକରି ଅଭିନେତା ମାନଙ୍କ କଠିନ ପରିଶ୍ରମର ପ୍ରଶଂସା କରାଯିବା ଉଚିତ୍‌।

ପୂର୍ବରୁ ଏକ ସାକ୍ଷାତକାରରେ ଦୀପିକା ଫିଲ୍ମରେ ନିଜର ଏକ ବଡ ଟେକ୍‌ଅପ୍‌ ବିଷୟରେ କହିଥିଲେ ‘ମୋତେ ଲାଗୁଛି ଆମେ ଯେଉଁ ଲୋକ ମାନଙ୍କ ସହ କାମକରିଛୁ ଏବଂ ଯେଉଁ ଅନୁଭବ ଆମକୁ ମିଳିଛି ତାହା ଏହି ଫିଲ୍ମ ପାଇଁ ବଡ ଲାଭ ଆଣିବ। ଏହି ଫିଲ୍ମ ସୁଟିଙ୍ଗ ସମୟରେ ଆମ ମାନଙ୍କ ମଧ୍ୟରେ ଯେଉଁ ଭାବନା ଥିଲା ତାହା ଫିଲ୍ମରେ ପଦର୍ଶିତ ହୋଇଛି ବୋଲି ଦୀପିକା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.