ହଜମ କରାଏ ହେଙ୍ଗୁ, ଏପରି ବନାନ୍ତୁ ହେଙ୍ଗୁ ଜିରାରେ ପ୍ରସ୍ତୁତ ଆଳୁ ପରଟା

ବ୍ରେକଫାଷ୍ଟ ପାଇଁ ପରଟା ସବୁଠାରୁ ପରଫେକ୍ଟ ହୋଇଥାଏ।ଏହାଦ୍ୱାରା ଆପଣଙ୍କ ପେଟ ପୁରିବା ସହିତ ଶିଘ୍ର ଭୋକ ଲାଗିନଥାଏ। ଏମିତି ତ ପରଟା ବହୁତ ପ୍ରକାର ରହିଛି। ଯେମିତିକି କୋବି ପରଟା, ପନୀର ପରଟା କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ହେଙ୍ଗୁ ଜିରା ଆଳୁ ପରଟା। ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୨ କପ୍‌ ଗହମ ଅଟା
୪ଟି ସିଝା ଆଳୁ
୨ଟି କଞ୍ଚା ଲଙ୍କା
ଚିମୁଟାଏ ହେଙ୍ଗୁ
୧/୪ ଚାମଚ ଗରମ ମସଲା
୧/୪ ଚାମଚ ଲାଲ ଲଙ୍କା ପାଉଡର
ଏକ ଚାମଚ୍‌ ଜିରା
୧/୪ ଚାମଚ୍‌ ଚାଟ୍‌ ମସଲା
୧ ଚାମଚ ଧନିଆ ପତ୍ର
ଲୁଣ ସ୍ୱାଦାନୁସାରେ
ତେଲ (ଆବଶ୍ୟକ ଅନୁସାରେ)

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଆଳୁକୁ ଚକଟିଦିଅନ୍ତୁ।
  • ମିଡିୟମ୍‌ ଆଞ୍ଚରେ ପ୍ୟାନରେ ତେଲ ଗରମ କରିବା ପାଇଁ ରଖିଦିଅନ୍ତୁ।
  • ତେଲ ଗରମ ହେବା ପରେ ହିଁ ଏଥିରେ ଜିରା ପକାଇ ତଡକା ଦିଅନ୍ତୁ।
  • ଏବେ ଆଳୁ, ଗରମ ମସଲା, ଲାଲ ଲଙ୍କା ପାଉଡର, କଞ୍ଚା ଲଙ୍କା, ଚାଟ ମସଲା ଏବଂ ଲୁଣ ପକାଇ ମିକ୍ସ କରି ୨ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ।
  • ନିର୍ଦ୍ଧିଷ୍ଟ ସମୟ ପରେ ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ।
  • ଏହାପରେ ଏକ ପାତ୍ରରେ ଅଟା ଏବଂ ଲୁଣ ମିଶାଇ ପାଣି ପକାଇ ନରମ ଅଟା ପକାଇ ଚକଟି ଦିଅନ୍ତୁ।
  • ଏବେ ଅଟାର ଚକଟାକୁ ନେଇ ପୁରୀ ଭଳି ବେଲି ଦିଅନ୍ତୁ।
  • ମିଡିୟମ୍‌ ଆଞ୍ଚରେ ତାଓ୍ଵାକୁ ଗରମ କରି ସେଥିରେ ତେଲ ଗରମ ହେବା ପାଇଁ ରଖନ୍ତୁ।
  • ଏବେ ବେଲି ରଖିଥିବା ପରଟାକୁ ଭଲଭାବେ ସେକି ଦିଅନ୍ତୁ। ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ।
  • ଏହିଭଳି ଭାବେ ସବୁ ପରଟାକୁ ପ୍ରସ୍ତୁତ କରିଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଜିରା-ହେଙ୍ଗୁ ଆଳୁ ପରଟା।
  • ଏହାକୁ ଆପଣ ଦହି କିମ୍ବା ରାଇତା ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.