Below header

ରାଉରକେଲା : ସ୍କୁଲ ପିଲାଙ୍କୁ ଧକ୍କା ଦେଲା ବସ୍

ରାଉରକେଲା (କେନ୍ଯୁଜ୍) : ସ୍କୁଲ ପିଲାଙ୍କୁ ଧକ୍କା ଦେଲା ବସ୍ । ରାଉରକେଲା ବନ୍ଧମୁଣ୍ଡା ଛକରେ ଆଜି ସକାଳେ ଦୁଇ ଜଣ ପିଲା ସ୍କୁଲ ଯିବା ପାଇଁ ଠିଆ ହୋଇଥିବା ବେଳେ ଏକ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ପିଲାର ମାଆ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

accident ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଦୁର୍ଘଟଣା ଘଟାଇଥିବା ବସକୁ ଭଙ୍ଗାରୁଜା କରିବା ସହ ରାସ୍ତାରୋକ କରିଛନ୍ତି । ଫଳରେ ବନ୍ଧମୁଣ୍ଡା ଓ ରାଉରକେଲାକୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.