କଲବଲ କରୁଛି ଲଗାଣ ବର୍ଷା; ୮ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଆଜି ବି ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ରାଜ୍ୟର ୮ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରାଯାଇଛି । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

(କେନ୍ୟୁଜ): ରାଜଧାନୀଠୁ ଆରମ୍ଭ କରି ଉପକୂଳ ପର୍ଯ୍ୟନ୍ତ ସବୁଠି ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଆଜି ବି ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ରାଜ୍ୟର ୮ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରାଯାଇଛି । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏସବୁ ଜିଲ୍ଲାଗଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସମ୍ବଲପୁର । ସେହିପରି ଦେବଗଡ଼, ଅନୁଗୁଳ ଓ ରାୟଗଡ଼ାରେ ମଧ୍ୟ ବନ୍ଦ ରହିବ ସ୍କୁଲ । ସେହିପରି ଯାଜପୁର ଜିଲ୍ଲାର ୪ଟି ବ୍ଲକ କୋରେଇ, ଦଶରଥପୁର, ଯାଜପୁର ଓ ବିଞ୍ଝାରପୁରରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଲଗାଣ ବର୍ଷା ଯୋଗୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.