Below header

ନୂଆପଡ଼ା ଖଡିଆଳ ବ୍ଲକ୍‌ ଲାଞ୍ଜି ଗାଁର ସମସ୍ୟା , ହାଇସ୍କୁଲ ନଥିବାରୁ ଅଧାରୁ ପାଠ ଛାଡୁଛନ୍ତି ଛାତ୍ରଛାତ୍ରୀ 

ନୂଆପଡ଼ା(କେନ୍ୟୁଜ୍) : ଅଷ୍ଟମ ଶ୍ରେଣୀ ପରଠୁ ପାଠପଢ଼ାରେ ଡୋରି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । କାରଣ ଏ ପର୍ଯ୍ୟନ୍ତ ପଞ୍ଚାୟତରେ ହାଇସ୍କୁଲଟିଏ ନାହିଁ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଲାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ପରେ ଆଉ ପାଠ ପଢ଼ିବାର ସୁବିଧା ଏଠି ନଥିବାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ଶିକ୍ଷା ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

studentଖାଲି ଏତିକି ନୁହେଁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିରହିଛି ଅନେକ ସମସ୍ୟା । ପାଚେରୀ ନଥିବାରୁ ସ୍କୁଲ ଭିତରକୁ ଗାଈ ଗୋରୁ ପଶିଆସୁଛନ୍ତି । ସାଙ୍ଗକୁ ନଳକୂଅରୁ ବାହାରୁଛି ଫ୍ଲୋରାଇଡ ଯୁକ୍ତ ପାଣି। ଏନେଇ ଗାଁଲୋକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଅନ୍ୟପଟେ ଗାଁରେ ଏକ ହାଇସ୍କୁଲ ଖୋଲିବା ପାଇଁ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ହାଇସ୍କୁଲ ପ୍ରତିଷ୍ଠା ଓ ବର୍ତ୍ତମାନ ଲାଞ୍ଜି ସ୍କୁଲରେ ଲାଗି ରହିଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.