ପୁଲୱାମା ଆଟାକ ଓ ଏୟାର ଷ୍ଟ୍ରାଇକକୁ ନେଇ ରାଜନୈତିକ ବୟାନବାଜି ତୀବ୍ର

ନୂଆଦିଲ୍ଲୀ(କେନ୍ୟୁଜ୍): ଦେଶରେ ଜାତୀୟତାବଦ ଫିଭର। ମୋଦି ଯେଉଁଠିକୁ ଯାଉଛନ୍ତି, ସେନାର ଜୟ ଜୟ କାର। ରାଜନୈତିକ ସଭା ହେଉ କି ସରକାରୀ କାର୍ଯ୍ୟକ୍ରମ , ସବୁଠି ସେନାର ପରାକ୍ରମ କଥା କହୁଛନ୍ତିି। ପଡ଼ୋଶୀ ଦେଶକୁ ହମଲା କଥା କହୁଛନ୍ତି। ସେପଟେ ବିରୋଧୀ, ପୁଲୱାମା ଆକ୍ରମଣ ଓ ଏୟାର ଷ୍ଟ୍ରାଇକ୍‌କୁ ନେଇ ଦେଶର ସୁରକ୍ଷା ପ୍ରସଙ୍ଗରେ ମୋଦିଙ୍କୁ ପ୍ରଶ୍ନ ବାଣ ମାରି ଚାଲିଛନ୍ତି। କମଲନାଥ କହିଛନ୍ତି, ଯେଉଁ ଏୟାର ଷ୍ଟ୍ରାଇକ୍‌ ହୋଇଛି, ତାକୁ ଯେଉଁ ରୂପ ଦିଆଯାଇଛି ସେ ସବୁ ଜନତାଙ୍କୁ ଜଣାଇବା ଆବଶ୍ୟକ। ସେପଟେ ଦିଗ୍‌ ବିଜୟ ସିଂହ ଆତଙ୍କବଦୀ ଆକ୍ରମଣକୁ ଦୁର୍ଘଟଣା କହିବାରୁ ବିବାଦ ସୃଷ୍ଟି ହୋଇଛି।

ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି, ଏୟାର ଷ୍ଟ୍ରାଇକ ସହ ନିର୍ବାଚନର କୌଣସି ସମ୍ପର୍କ ନାହିଁ। ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ ଆକ୍ରମଣ ହୋଇଥିଲା। ଏହା ଅଣ ସାମରିକ କାର୍ଯ୍ୟନୁଷ୍ଠାନ ଥିଲା। କେତେ ଆତଙ୍କବାଦୀ ମରିଛନ୍ତି, ଏ ପ୍ରଶ୍ନର ଉତ୍ତରରେ ସୀତାରମଣ କହିଛନ୍ତି ବୈଦେଶିକ ସଚିବ ଯାହା ସୂଚନା ଦେଇଥିଲା, ସେହି ସଂଖ୍ୟା ରହିଛି। ସେପଟେ ଦି ଦିନ ତଳେ ଅମିତ ଶାହା କହିଥିଲେ ପ୍ରାୟ ୨୫୦ ଆତଙ୍କବାଦୀ ମରିଛନ୍ତି। ସରକାର କିଛି କହୁ ନଥିବା ବେଳେ ଅମିତ ଶାହା କେମିତି ଜାଣିଲେ, ଏ ପ୍ରଶ୍ନ ବି ଉଠୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.