Below header

ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ କମିବ ସ୍କୁଲ ସିଲାବସ, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: କରୋନା ଆସିଲା । ସ୍କୁଲ ସିଲାବସ କମାଇଲା । ପିଲାଙ୍କ ଉପରୁ ବି ହଟିବ ବୋଝ । ଚଳିତ ବର୍ଷ କରୋନା ପାଇଁ ସ୍କୁଲ ପିଲାଙ୍କୁ ଏକ ପ୍ରକାର ଲମ୍ବା ଦିନର ଛୁଟି ମିଳିଛି । ଖରା ଛୁଟି ପରେ ବି ଏଯାଏଁ ଖୋଲିନି ରାଜ୍ୟର କୌଣସି ସ୍କୁଲ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ଖୋଲିବନି କୌଣସି ସ୍କୁଲ । ଏହି କାରଣରୁ ସିଲାବସକୁ ମଧ୍ୟ କମାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି । କେବେ ସ୍କୁଲ ଖୋଲିବ ତାହା ବି ଏଯାବତ ସ୍ପଷ୍ଟ ହୋଇନାହିଁ । ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠ୍ୟକ୍ରମ କମାଇବା ବାବଦରେ ଏସସିଇଆରଟି ଓ ବୋର୍ଡ ବିଶେଷଜ୍ଞ କମିଟି ମିଳିତ ଭାବେ ନିଷ୍ପତ୍ତି ନେବେ ବୋଲି ସ୍ଥିର ହୋଇଛି ।

ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ସେହିପରି ଯୁକ୍ତ ଦୁଇ ସିଲାବସ୍‌ ହ୍ରାସ ନେଇ ସିଏଚଏସଇ କତ୍ତୃପକ୍ଷ ନିଷ୍ପତ୍ତି ନେବେ । ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷାବର୍ଷ ବାକି ଅଛି ତାକୁ ଦୃଷ୍ଟିରେ ରଖି ବିଶେଷଜ୍ଞ କମିଟି ପାଠ୍ୟକ୍ରମ ହ୍ରାସ ନେଇ ନିଷ୍ପତ୍ତି ନେବେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ କମାଯିବ ସେ ସଂପର୍କରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.