Below header

ସମ୍ବଲପୁର: ଗାଁ ନାଁ ବଦଳାଇ ଦେଲା ରଙ୍ଗବତୀ ଗୀତ, କେନ୍ଦ୍ର ଗୃହ ବିଭାଗ ସୁପାରିଶରେ ଲେଖକଙ୍କ ଗାଁ ନାମ ହେଲା ପରିବର୍ତ୍ତନ

ସମ୍ବଲପୁର(କେନ୍ୟୁଜ୍):  ବଦଳିଗଲା ଗାଁ ନାଁ। ଗୀତ ନାଁରେ ଗାଁର ନାମ ହେଲା ପରିବର୍ତ୍ତନ । ଦଶନ୍ଧି ଦଶନ୍ଧି ଧରି ସାରା ବିଶ୍ବରେ ପ୍ରସିଦ୍ଧ ହୋଇଥିବା ସମ୍ବଲପୁରୀ ଗୀତ ରଙ୍ଗବତୀର ଲେଖକଙ୍କ ଗାଁ ନା ପରିବର୍ତ୍ତନ ହୋଇ  ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମକରଣ  କରାଯାଇଛି। ଏନେଇ ରାଜ୍ୟ ରାଜସ୍ବ  ଓ ବିପର୍ଯ୍ୟୟ  ପରିଚାଳନା ବିଭଗ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି । ଏହି ଗୀତ ପାଇଁ ରାଜ୍ୟ ସରକାର ଅନୁମତି ଦେବା ପରେ କେନ୍ଦ୍ର ସରକାର ଗାଁର ନାଁ ବଦଳାଇ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରିଛନ୍ତି। ପୂର୍ବରୁ ଏହି ଗାଁ ନାମ ଥିଲା ବିଲୁଙ୍ଗ। ପରେ ରଙ୍ଗବତୀ ଗୀତର ଲୋକପ୍ରିୟତାକୁ  ଦେଖି କେନ୍ଦ୍ର ଗୃହ ବିଭାଗ ଲେଖକ ମିତ୍ରଭ୍ରାନୁ ଗୌନ୍ତିଆଙ୍କ ଗାଁ ନାମଟି ଗୀତ ନାମରେ ରଖିବାକୁ ଓଡିଶାକୁ ପ୍ରସ୍ତବ ଦେଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସ୍ୱୀକୃତି ମିଳିବା ପରେ ଏବେ ଗାଁ ନାମଟି ବଦଳି ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମକରଣ  କରାଯାଇଛି । ।

ଏହି ରଙ୍ଗବତୀ ଗୀତଟି  ୧୯୭୫-୭୬ରେ ପ୍ରଥମେ ଆକଶବାଣୀରେ  ରେକର୍ଡ କରାଯାଇଥିଲା । ପରେ ଏହାକୁ ଏକ ଘରୋଇ କ୍ୟାସେଟ କମ୍ପାନୀ ରେକର୍ଡିଂ କରି ୧୯୭୮-୧୯୭୯ ମସିହାରେ ରିଲିଜ କରିଥିଲା । ଗୀତିକାର ଥିଲେ ମିତ୍ରଭ୍ରାନୁ ଗୌନ୍ତିଆ, କଣ୍ଠଦାନ କରିଥିଲେ, ଜିତେନ୍ଦ୍ର ହରପାଲ ଓ କ୍ରିଷ୍ଣା ପଟେଲ, ମ୍ୟୁଜିକ ଭାର ସମ୍ଭାଲିଥିଲେ ପ୍ରଭୁଦତ୍ତ ପ୍ରଧାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.