ଗାଧୋଇବା ପରେ ମଇଳା ପାଣିକୁ ନିଲାମ କଲେ ଏହି ଯୁବତୀ, କିଣିବାକୁ ଲାଗିଲା ଲମ୍ବା ଲାଇନ୍‌

ଗାଁ ଗହଳିରେ ଲୋକେ ଗାଧୋଇବା ସ୍ଥାନରେ ନାଳକୁ ବାଡି ବଗିଚାକୁ ଖୋଲିଦିଅନ୍ତି। ଏହାର କାରଣ ଗାଧୁଆ ପାଣି ବାଡିବଗିଚାକୁ ଯାଇ ସେଠାରେ ଥିବା ଗଛଲତା କିମ୍ବା ଫୁଲ ଗଛରେ ଏହା ମାଡିଥାଏ। ବାଡିବଗିଚାରେ ଲାଗିଥିବା ଗଛଲତାରେ ଏହି ପାଣିକୁ ବ୍ୟବହାର କରାଯାଏ। ହଁ ଭାରତ ଭଳି ଧାର୍ମିକ ଦେଶରେ ଭଗବାନଙ୍କ ଗାଧୁଆ ପାଣି ନିଲାମ କରାଯାଉଥିବା କଥା ଆପଣ ଜାଣିଥିବେ। କିନ୍ତୁ କେବେ କୌଣସି ମଣିଷ ଗାଧୁଆ ପାଣି ନିଲାମ କରୁଥିବା କଥା ଶୁଣିଛନ୍ତି କି ? ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଜଣେ ଯୁବତୀ କରି ଦେଖାଇଛନ୍ତି। ଯୁବତୀ ଜଣକ ନିଜର ଗାଧୁଆ ମଇଳା ପାଣିକୁ ନିଲାମ କରିଛନ୍ତି। ଏହି ଖବର ଏବେ ଭାଇରଲ ହେବାରେ ଲାଗିଛି।

ଆଜିକାଲି ସୋସିଆଲ ମିଡିଆର ଯୁଗ। ସୋସିଆଲ ମିଡିଆରେ କିଛି ବି କରିବା ପାଇଁ ଲୋକେ ପାଗଳଙ୍କ ଭଳି ଉପାୟ ଆପଣାଉଛନ୍ତି। ଏମିତି ଏକ ପାଗଳାମି କରିଛନ୍ତି ଇଣ୍ଟରନେଟ୍‌ ସେନସେସନ ଏବଂ ଫେମସ୍‌ ଗେମର ଗର୍ଲ ବେଲ ଡେଲଫିନ। ଡେଲଫିନ ଗାଧୋଇବା ପରେ ବାଥଟବ୍‌ରେ ବଳିପଡିଥିବା ମଇଳା ପାଣିକୁ ନେଇ ନିଲାମ କରିଥିଲେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ପାଣିକୁ କିଣିବା ପାଇଁ ମଧ୍ୟ ଲୋକ ପ୍ରସ୍ତୁତ ମଧ୍ୟ ଥିଲେ।

bell

ୟୁକେରେ ରହୁଥିବା ୧୯ ବର୍ଷୀୟ ଗେମିଂ ପର୍ସନାଲିଟି ବେଲ ଡେଲଫିନ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁ ଭିଡିଓରେ ସେ ବାଥଟବରେ ବସିଥିଲେ। ଏହାପରେ ସେ ସେହି ପାଣିକୁ ବୋତଲରେ ରଖି ନିଲାମ ପାଇଁ ଡାତିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ପରେ ଲୋକେ ପାଗଳଙ୍କ ପରି ପାଣି କିଣିବାକୁ ପାଇଁ ଲାଗିପଡିଥିଲେ। ଡେଲଫିନ ଏହି ପାଣି ୩୦ ଡଲାର ଅର୍ଥାତ୍‌ ୨୧ ହଜାର ଟଙ୍କାରେ ବିକ୍ରି କରିଛନ୍ତି।

rrr

ସୂଚନାଯୋଗ୍ୟ, ବେଲ ଡେଲଫିନ ସୋସିଆଲ ମିଡିଆରେ ବୋଲ୍ଡ କଣ୍ଟେଟ ସେୟାର କରିବା ପାଇଁ ବେଶ ଜଣାଶୁଣା। ଏହାପୂର୍ବରୁ ସେ ଏପରି ଅନେକ ଭିଡିଓ ସେୟାର କରିଛନ୍ତି। ଟ୍ଵିଟ୍‌ ମୁତାବକ, ୨ ଦିନ ମଧ୍ୟରେ ଏହି ପାଣିକୁ ଲୋକେ କିଣିନେଇଥିଲେ। କିନ୍ତୁ କେତେ ଲୋକ ଏହି ପାଣି କିଣିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.