Below header

ଟାଙ୍ଗୀ ଗୋବିନ୍ଦପୁର ଛକ ନିକଟରେ ଅଭାବନୀୟ ଘଟଣା, ସ୍କୁଟିର ତେଲ ଟାଙ୍କି ଫାଟି ୧୦ଫୁଟ ଉପରକୁ ଉଠିଲା ନିଆଁ ହୁଳା

ଟାଙ୍ଗୀ: ଟାଙ୍ଗୀ ଥାନା ଗୋବିନ୍ଦପୁର ଛକ ନିକଟରେ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ସ୍କୁଟିରେ ଟାଙ୍ଗୀରୁ ଚଣ୍ଡିଖୋଲ ଯାଉଥିବା ବେଳେ ହଠାତ୍‌ ସ୍କୁଟିରେ ନିଆଁ ଲାଗିଥିଲା ।

ସ୍କୁଟି ତେଲ ଟାଙ୍କି ଫାଟିବା ସହ ୧୦ଫୁଟ ଉପରକୁ ନିଆଁ ହୁଳା ଉଠି ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଆରୋହୀ ଜଣକ ଗାଡିରୁ ଡେଇଁପଡିଥିବା ବେଳେ ଚୌଦ୍ୱାର ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.